ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର

ପୁରୁଷୋତ୍ତମପୁର, ୧୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି। ଦଶମ ଶ୍ରେଣୀରେ ୭୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୦ ଜଣ ପାସ କରିଛନ୍ତି। ବିଦ୍ୟାଳୟର ପାସହାର ୯୭.୨ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୫୯ ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ପୁନମ ସାହୁ ୯୭.୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦ୍ୱାଦଶ […] The post ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର appeared first on Dharitri Odia News.

ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର

ପୁରୁଷୋତ୍ତମପୁର, ୧୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି। ଦଶମ ଶ୍ରେଣୀରେ ୭୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୦ ଜଣ ପାସ କରିଛନ୍ତି। ବିଦ୍ୟାଳୟର ପାସହାର ୯୭.୨ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୫୯ ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ପୁନମ ସାହୁ ୯୭.୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀରେ ପାସ ହାର ୭୯.୫୯ ପ୍ରତିଶତ ରହିଛିା ୪୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୯ଜଣ ପାସ କରିଛନ୍ତି। ଏଥିରେ ପ୍ରଥମ ଶ୍ରେଣୀରେ ୨୬ ଜଣ ପାସ କରିଥିବା ବେଳେ ସେଥି ମଧ୍ୟରୁ ଦିପ୍ତିମୟୀ ପାଣିଗ୍ରାହି ୯୦ ପ୍ରତିଶତ ମାର୍କ ରଖି ବିଦ୍ୟାାଳୟରେ ଟପ୍ପର ହୋଇଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଯୋଗୁ ଏଭଳି ସଫଳତା ହୋଇଥିବା ନେଇ ଅଭିଭାବକ ମହଲରେ ପ୍ରସଂଶା କରାଯାଇଛି।

The post ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର appeared first on Dharitri Odia News.