BCCIକୁ ନାମୀଦାମୀ ବ୍ୟାଟ୍ସମ୍ୟାନଙ୍କ ସୂଚନା, ଟେଷ୍ଟ୍ ମ୍ୟାଚରୁ ସନ୍ୟାସ ନେବେ କି ବିରାଟ କୋହଲି?  

ଭାରତୀୟ କ୍ରିକେଟ ଟିମର ନାମିଦାମୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଆସିଲା ବଡ ଅପଡେଟ୍ । ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖପୂର୍ଣ୍ଣ ଖବର । ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି BCCIକୁ କହିଛନ୍ତି ବିରାଟ କୋହଲି । ଏହି ବାବଦରେ ପୁଣି ଚିନ୍ତା କରିବାକୁ BCCIର ବରିଷ୍ଠ ଅଧିକାରୀ ବିରାଟ କୋହଲିଙ୍କୁ କହିଛନ୍ତି ବୋଲି ସୂଚନା ମିଳୁଛି । ବିରାଟ କୋହଲି ବର୍ତ୍ତମାନ ୩୬ ବର୍ଷ ବୟସରେ ପାଦ ଥାପି ସାରିଲେଣି । […] The post BCCIକୁ ନାମୀଦାମୀ ବ୍ୟାଟ୍ସମ୍ୟାନଙ୍କ ସୂଚନା, ଟେଷ୍ଟ୍ ମ୍ୟାଚରୁ ସନ୍ୟାସ ନେବେ କି ବିରାଟ କୋହଲି?   appeared first on KNews Odisha.

BCCIକୁ ନାମୀଦାମୀ ବ୍ୟାଟ୍ସମ୍ୟାନଙ୍କ ସୂଚନା, ଟେଷ୍ଟ୍ ମ୍ୟାଚରୁ ସନ୍ୟାସ ନେବେ କି ବିରାଟ କୋହଲି?  

ଭାରତୀୟ କ୍ରିକେଟ ଟିମର ନାମିଦାମୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଆସିଲା ବଡ ଅପଡେଟ୍ । ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖପୂର୍ଣ୍ଣ ଖବର । ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି BCCIକୁ କହିଛନ୍ତି ବିରାଟ କୋହଲି । ଏହି ବାବଦରେ ପୁଣି ଚିନ୍ତା କରିବାକୁ BCCIର ବରିଷ୍ଠ ଅଧିକାରୀ ବିରାଟ କୋହଲିଙ୍କୁ କହିଛନ୍ତି ବୋଲି ସୂଚନା ମିଳୁଛି ।

ବିରାଟ କୋହଲି ବର୍ତ୍ତମାନ ୩୬ ବର୍ଷ ବୟସରେ ପାଦ ଥାପି ସାରିଲେଣି । ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ତାଙ୍କ ହାତରେ ଖୁବ୍ କମ୍ ସମୟ ରହିଛି । ଯାହା ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିଦେଇଛି । ତାଙ୍କ କ୍ୟାରିୟର ମଧ୍ୟରେ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୬.୮୫ଆଭରେଜରେ ୯୨୩୦ ରନ୍ କରିପାରିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ କରିଛନ୍ତି । ଏଥି ସମେତ ଏହି ମ୍ୟାଚରେ ଲଗାତାର ଭାବେ ୭ଥର ଶତକ ମାରି ସଫଳତା ହାସଲ୍ କରିପାରିଛନ୍ତି ।

ଅନ୍ୟପଟେ ବିରାଟ କୋହଲିଙ୍କର ଟେଷ୍ଟ ଅଧିନାୟକ ଭାବେ ତାଙ୍କର ନାଁ ରହିଛି । ୬୮ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୪୦ଟି ବିଜୟ ଭାରତକୁ ଦେଇଛନ୍ତି । ସେହି ମ୍ୟାଚରେ ୫୪.୮୦ ଆଭରେଜରେ ୫୮୬୪ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ କୋହଲି ୨୦ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲି  ସର୍ବାଧିକ ସ୍କୋର ୨୫୪ ରନ୍ କରିଛନ୍ତି । ଅଗାମୀ ଦିନରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଇଂଲଣ୍ଡ ସହିତ ହେବାକୁ ଯାଉଛି । ହେଲେ କୋହଲି ଏହି ସମୟରେ କିଛି ଦିନ ପାଇଁ ଖେଳରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ BCCIର ବରିଷ୍ଠ ଅଧିକାରୀ ତାଙ୍କୁ ପୁନଃବିଚାର ସମ୍ପର୍କରେ ପରାମର୍ଶ ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ BCCIକୁ କୋହଲି କୌଣସି ସୂଚନା ଦେଇନାହାଁନ୍ତି ।

ଏପଟେ ରୋହିତ ଶର୍ମାଙ୍କ ଅବସର ନିଷ୍ପତ୍ତି ପରେ କୋହଲିଙ୍କୁ ନେଇ ଏପରି ଖବର ସାମ୍ନାକୁ ଆସିଛି । ଯାହା ଇଣ୍ଡିଆ ଟିମ୍କୁ ଦୁର୍ବଳ କରିବାର ଆଶଙ୍କା ରହିଛି । ଆଗାମୀ ଦିନରେ ଇଂଲଣ୍ଡରେ ହେବାକୁ ଥିବା ପାଞ୍ଚଟିକିଆ ଟେଷ୍ଟ ସିରିଜ ପାଇଁ ଦଳ ଚୟନ କରାଯିବ । ଚଳିତ ବର୍ଷର ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରଠାରୁ ବିରାଟ କୋହଲି ତାଙ୍କ ଟେଷ୍ଟ ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁମାନ କରାଯାଉଛି ।

ଏହାରି ମଧ୍ୟରେ ସୂଚନା ମିଳିଛି ଯେ,କୋହଲି ଯଦି ତାଙ୍କ ନିଷ୍ପତ୍ତିକୁ ନବଦଳାନ୍ତି ତେବେ ଆସନ୍ତା ଜୁନ୍ ୨୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ଅନଭିଜ୍ଞ ଖେଳାଳୀଙ୍କ ସହ ଖେଳିବାକୁ ପଡିବ । ଯେଉଁଥିରେ କେଏଲ ରାହୁଲ, ଯଶ୍ବସୀ ଜୟସୱାଲ, ଶୁଭମନ ଗିଲ୍ ଏବଂ ରିଷଭ ପନ୍ତ ଭଳି ବ୍ୟାଟ୍ସମ୍ୟାନ ସାମିଲ ରହିବେ ।

Also Read : ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ପାଇଁ ଭାବୁକ ହେଲେ ବିରାଟ କୋହଲି, କଲେ ଏଭଳି ପୋଷ୍ଟ

The post BCCIକୁ ନାମୀଦାମୀ ବ୍ୟାଟ୍ସମ୍ୟାନଙ୍କ ସୂଚନା, ଟେଷ୍ଟ୍ ମ୍ୟାଚରୁ ସନ୍ୟାସ ନେବେ କି ବିରାଟ କୋହଲି?   appeared first on KNews Odisha.