ଏହି ଜମା ଉପରେ ସୁଧ ହାର ବଢ଼ାଇଲା ଏସବିଆଇ
ମୁମ୍ବାଇ,୧୫ା୫: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨ କୋଟି ଟଙ୍କାରୁ କମ୍ ଜମା ଉପରେ ଏହି ସୁଧ ମିଳିବ। ଏସବିଆଇ ବିଭିନ୍ନ ସମୟ ଭିତ୍ତିକ ସ୍ଥିର ଜମା ପାଇଁ ସୁଧହାର ବୃଦ୍ଧି କରିଛି, ଯେଉଁଥିରେ ୪୬ ଦିନରୁ ୧୭୯ ଦିନ ମଧ୍ୟରେ ପରିପକ୍ୱତା, ୧୮୦ ଦିନରୁ ୨୧୦ ଦିନ ଏବଂ ୨୧୧ […] The post ଏହି ଜମା ଉପରେ ସୁଧ ହାର ବଢ଼ାଇଲା ଏସବିଆଇ appeared first on Dharitri Odia News.
ମୁମ୍ବାଇ,୧୫ା୫: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨ କୋଟି ଟଙ୍କାରୁ କମ୍ ଜମା ଉପରେ ଏହି ସୁଧ ମିଳିବ।
ଏସବିଆଇ ବିଭିନ୍ନ ସମୟ ଭିତ୍ତିକ ସ୍ଥିର ଜମା ପାଇଁ ସୁଧହାର ବୃଦ୍ଧି କରିଛି, ଯେଉଁଥିରେ ୪୬ ଦିନରୁ ୧୭୯ ଦିନ ମଧ୍ୟରେ ପରିପକ୍ୱତା, ୧୮୦ ଦିନରୁ ୨୧୦ ଦିନ ଏବଂ ୨୧୧ ଦିନରୁ ୧ ବର୍ଷରୁ କମ୍ ସ୍କିମ ପାଇଁ ସୁଧ ବୃଦ୍ଧି ହୋଇଛି।
ସଂଶୋଧିତ ହାରଗୁଡିକ ୪୬ ଦିନରୁ ୧୭୯ ଦିନ ମଧ୍ୟରେ ପରିପକ୍ୱ ଜମା ପାଇଁ ୭୫ ଆଧାର ପଏଣ୍ଟ (ବିପିଏସ୍) ବୃଦ୍ଧି ହୋଇଛି, ଯେଉଁଥିରେ ବର୍ତ୍ତମାନ ୫.୫୦% ସୁଧ ହାର ରହିଛି। ସେହିଭଳି ୧୮୦ ଦିନରୁ ୨୧୦ ଦିନ ପର୍ୟ୍ୟନ୍ତ ବ୍ୟାଙ୍କ ହାର ୨୫ ବିପିଏସ୍ ବୃଦ୍ଧି ପାଇ ୬% ପଏଣ୍ଟ ହୋଇଛି। ସେହିଭଳି ୧୮୦ ଦିନରୁ ୨୧୦ ଦିନ ପର୍ଯ୍ୟନ୍ତ ସ୍ଥିର ଜମା ପାଇଁ ୨୫ ବିପିଏସ୍ ବୃଦ୍ଧି ପରେ ୬.୨୫% ସୁଧ ମିଳିବ।
ଏପ୍ରିଲ୍ ୨୦୨୪ ରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧୀନ ମୁଦ୍ରା ନୀତି କମିଟି (ଏମପିସି) ରେପୋ ହାରକୁ ୬.୫% ଅପରିବର୍ତ୍ତିତ ରଖିବା ପରେ ଏସବିଆଇ ଏହି ନିଷ୍ପତି ନେଇଛି।
The post ଏହି ଜମା ଉପରେ ସୁଧ ହାର ବଢ଼ାଇଲା ଏସବିଆଇ appeared first on Dharitri Odia News.