ଯନ୍ତ୍ରଣା କମ୍ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ
ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଯେଉଁଥିଉଁରେ ଯନ୍ତ୍ରଣା କମ ହୋଇପାରିବ। ଏନେଇ ଆଲାବାମା ପ୍ରଶାସକ କହିଛନ୍ତି, ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ସବୁଠାରୁ କମ ଯନ୍ତ୍ରଣାମୁକ୍ତ ପଦ୍ଧତି। ସୂଚନାଥାଉ କି, ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀ କେନେଥ ସ୍ମିଥ […] The post ଯନ୍ତ୍ରଣା କମ୍ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ appeared first on Dharitri Odia News.
ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଯେଉଁଥିଉଁରେ ଯନ୍ତ୍ରଣା କମ ହୋଇପାରିବ। ଏନେଇ ଆଲାବାମା ପ୍ରଶାସକ କହିଛନ୍ତି, ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ସବୁଠାରୁ କମ ଯନ୍ତ୍ରଣାମୁକ୍ତ ପଦ୍ଧତି।
ସୂଚନାଥାଉ କି, ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀ କେନେଥ ସ୍ମିଥ ୧୯୮୮ରେ ଭଡ଼ା ବଦଳରେ ୪୫ ବର୍ଷୀୟ ଏଲିଜାବେଥ ସେନେଟଙ୍କୁ ହତ୍ୟା କରିଥିଲେ । ଜେଲରେ ଥିବା ଅବସ୍ଥାରେ ୨୦୨୨ରେ ତାଙ୍କୁ ଲେଥାଲ ଇଞ୍ଜେକ୍ସନ ଦେଇ ମାରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ସେ ବଞ୍ଚିଯାଇଥିଲେ । ପରେ ୨୦୧୮ରେ ଅଲବାମା, ଓକ୍ଲାଖୋମା ଓ ମିସିସିପିରେ ନାଇଟ୍ରୋଜେନ ଦ୍ୱାରା ମୃତ୍ୟୁଦଣ୍ଡ ଦେବାକୁ ସରକାରୀ ଅନୁମତି ମିଳିଥିଲା । ହେଲେ କୌଣସି ମୃତ୍ୟୁଦଣ୍ଡ ଦିଆଯାଇ ନ ଥିଲା ।
The post ଯନ୍ତ୍ରଣା କମ୍ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ appeared first on Dharitri Odia News.