ଆକ୍ସନରେ ବିସିସିଆଇ: ବିଜୟ ଉତ୍ସବ ଲାଗି ଆସିପାରେ ଗାଇଡ୍‌ଲାଇନ

ବେଙ୍ଗାଲୁରୁ, ୭ା୬: ଗତ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦଳର ବିଜୟ ଉତ୍ସବରେ ଘଟିଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିର ପୁନରାବୃତ୍ତିକୁ ରୋକିବା ଲାଗି ଆଇପିଏଲ୍‌କୁ ପରିଚାଳନା କରୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭବିଷ୍ୟତରେ ବିଜୟ ଉତ୍ସବ ଲାଗି ଗାଇଡ୍‌ ଲାଇନ୍ସ ଆଣିପାରେ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସୂଚନା ଦେଇଛନ୍ତି। ଉତ୍ସବ ଆର୍‌ସିବିର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା। ଭାରତରେ କ୍ରିକେଟ କଥା ବିସିସିଆଇ […] The post ଆକ୍ସନରେ ବିସିସିଆଇ: ବିଜୟ ଉତ୍ସବ ଲାଗି ଆସିପାରେ ଗାଇଡ୍‌ଲାଇନ appeared first on Dharitri Odia News.

ଆକ୍ସନରେ ବିସିସିଆଇ: ବିଜୟ ଉତ୍ସବ ଲାଗି ଆସିପାରେ ଗାଇଡ୍‌ଲାଇନ

ବେଙ୍ଗାଲୁରୁ, ୭ା୬: ଗତ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦଳର ବିଜୟ ଉତ୍ସବରେ ଘଟିଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିର ପୁନରାବୃତ୍ତିକୁ ରୋକିବା ଲାଗି ଆଇପିଏଲ୍‌କୁ ପରିଚାଳନା କରୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭବିଷ୍ୟତରେ ବିଜୟ ଉତ୍ସବ ଲାଗି ଗାଇଡ୍‌ ଲାଇନ୍ସ ଆଣିପାରେ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସୂଚନା ଦେଇଛନ୍ତି।
ଉତ୍ସବ ଆର୍‌ସିବିର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା। ଭାରତରେ କ୍ରିକେଟ କଥା ବିସିସିଆଇ ବୁଝେ ଏବଂ ଆମେ ନିଶ୍ଚିତ କରିବାକୁ ଉଦ୍ୟମ କରିବୁ ଯେ, ଏଭଳି ଘଟଣା ଯେମିତି ଭବିଷ୍ୟତରେ ନ ଘଟୁ। ବିସିସିଆଇକୁ କିଛି ନା କିଛି କରିବାକୁ ପଡ଼ିବ। ଆମେ କେବଳ ମୂକ ସାକ୍ଷୀ ହୋଇ ରହିପାରିବୁ ନାହିଁ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି।

The post ଆକ୍ସନରେ ବିସିସିଆଇ: ବିଜୟ ଉତ୍ସବ ଲାଗି ଆସିପାରେ ଗାଇଡ୍‌ଲାଇନ appeared first on Dharitri Odia News.