‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ଏନଏସିର ସହସ୍ରାଧିକ କର୍ମୀ ଓ ସମର୍ଥକ, ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନରେ ପୁଣି ଥରେ ସାଲୁଜାଙ୍କୁ ବିଧାୟକଭାବେ ବିପୁଳ ଭୋଟରେ ନିର୍ବାଚିତ କରିବାକୁ ସମ୍ମିଳନୀରେ ଶପଥ ନେଇଥିଲେ। ସମସ୍ତ କର୍ମୀ, ସମର୍ଥକ ଓ କାର୍ଯ୍ୟକର୍ତ୍ତା ସାଲୁଜା […] The post ‘ସାଲୁଜା ଯୁଆଡେ, ଆମେ ସିଆଡେ’ appeared first on Dharitri Odia News.

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ଏନଏସିର ସହସ୍ରାଧିକ କର୍ମୀ ଓ ସମର୍ଥକ, ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନରେ ପୁଣି ଥରେ ସାଲୁଜାଙ୍କୁ ବିଧାୟକଭାବେ ବିପୁଳ ଭୋଟରେ ନିର୍ବାଚିତ କରିବାକୁ ସମ୍ମିଳନୀରେ ଶପଥ ନେଇଥିଲେ। ସମସ୍ତ କର୍ମୀ, ସମର୍ଥକ ଓ କାର୍ଯ୍ୟକର୍ତ୍ତା ସାଲୁଜା ଯେଉଁଠି ରହିବେ ତାଙ୍କ ସହ ସମସ୍ତେ ରହି ସମର୍ଥନ ଦେବେ ବୋଲି ସେଠାରେ ଘୋଷଣା କରିଥିଲେ।
ସମ୍ମିଳନୀରେ ପ୍ରଥମେ ମୁରିବାହାଲ ବ୍ଲକ ୩୦ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ ଅଞ୍ଚଳର ବିକାଶରେ ବିଧାୟକ ସାଲୁଜାଙ୍କ ଯୋଗଦାନ ସମ୍ପର୍କରେ କହିଥିଲେ। କଣ୍ଟାବାଞ୍ଜି ବିକାଶରେ ସେ ଏକମାତ୍ର ନେତା ବୋଲି କହିଥିଲେ ା ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ତଥା ସମିତି ସଭ୍ୟ ଭୋଳାନାଥ ବେହେରା ଅଞ୍ଚଳର ବିକାଶରେ ସାଲୁଜା ଏକମାତ୍ର ବିକଳ୍ପ ବୋଲି କହିଥିଲେ।
ସାଲୁଜା ତାଙ୍କ ବକ୍ତବ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇ କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରିଥିଲେ। ଚାଷୀର ଫସଲ ବୀମା, ବାର୍ଦ୍ଧକ୍ୟ ଭତ୍ତା, ରାସ୍ତାଘାଟ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା ହେଉ ବିରୋଧୀଠାରୁ କର୍ମୀ ଯାଏ ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ସେ ଚେଷ୍ଟାକରି ଆସିଛନ୍ତି ବୋଲି କହିଥିଲେ ା ନିଜକୁ କଣ୍ଟାବାଞ୍ଜି ମାଟିର ସନ୍ତାନ ବୋଲି କହି ସେ ଯେଭଳି ବିକାଶ କାର୍ଯ୍ୟ କରିବେ ଅନ୍ୟଠାରୁ ଆସିଥିବା ଲୋକେ ଏଠାରେ କ’ଣ ବିକାଶ କରିବେ ବୋଲି କହିଥିଲେ। ଦୀର୍ଘଦିନରୁ କଣ୍ଟାବାଞ୍ଜିର ଦାଦନ ସମସ୍ୟା, ଜଳସେଚନର ବ୍ୟବସ୍ଥା ସହିତ ଜିଲା ଦାବି କଥା ବିଧାନସଭାରେ ସେ ଉଠାଇ ଆସିଥିବା ସୂଚନା ଦେଇଥିଲେ। ଆଗାମୀ ଦିନରେ କଣ୍ଟାବାଞ୍ଜି ଜିଲା ଦାବିକୁ ସରକାରଙ୍କଠାରେ ଉପସ୍ଥାପନ କରି ସଫଳ ହେବେ ବୋଲି ସାଲୁଜା ଦୃଢ଼ତାର ସହ କହିଥିଲେ।

The post ‘ସାଲୁଜା ଯୁଆଡେ, ଆମେ ସିଆଡେ’ appeared first on Dharitri Odia News.