ମହିଳାଙ୍କ ବେକ କାଟି ଲୁଟି ନେଇଥିଲେ ସୁନା ହାର, ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ ୨୬।୪: ମହିଳାଙ୍କ ବେକ କାଟି ସୁନା ହାର ଲୁଟ୍ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଚୌଦ୍ୱାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଗତ ୨୧ ତାରିଖରେ ଘଟିଥିବା ଏଭଳି ଲୁଟ୍ ଘଟଣା । ଦୁଇ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସୁନା ହାର ମଧ୍ୟ ଉଦ୍ଧାର କରିଛି ପୋଲିସ । ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।ସୂଚନାଯୋଗ୍ୟ ଯେ, କଟକ ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘରେ ଏକାକୀ ଥିବା ଜଣେ ମହିଳାଙ୍କ ଘର ଭିତରେ ପଶି ବେକକୁ ଛୁରାମାରି ସୁନା ହାର ନେଇ ଦୁଇ ଜଣ ଲୁଟେରା ଫେରାର ହୋଇଯାଇଥିଲେ । ଏନେଇ ଗତ ୨୧ ତାରିଖରେ ମହିଳାଙ୍କ ଶ୍ବଶୁର ଶରତ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଚୌଦ୍ୱାର ପୋଲିସ ଗୁରୁତ୍ୱର ସହ ନେଇ ଘଟଣା ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଆଶୁତୋଷ ଜେନା ଓ ତାଙ୍କ ଠାରୁ ସୁନାହାର କିଣିଥିବା ବ୍ୟକ୍ତି ହେଉଛନ୍ତି ସେହି ଅଞ୍ଚଳର ପ୍ରକାଶ ଚନ୍ଦ୍ର ସାହୁ । କଟକ ଡିସିପିଙ୍କ କହିବା ଅନୁସାରେ ଲୁଟେରା ହେଉଛନ୍ତି ଲୁଟ୍‌ର ଶୀକାର ହୋଇଥିବା ମହିଳାଙ୍କ ସମ୍ପର୍କୀୟ । ସମ୍ପର୍କର ସୁଯୋଗ ନେଇ ଘରେ ପହଞ୍ଚି ଲୁଟେରା ଏଭଳି କାଣ୍ଡ ଘଟାଇଥିବା ଡିସିପି ସୂଚନା ଦେଇଛନ୍ତି ।You Can Read:ସ୍ତ୍ରୀ ଜମିକୁ ନିଜ ନାଁରେ କରିବାକୁ ଚାହୁଁଥିଲା ସ୍ବାମୀ, ରାଜି ନହେବାରୁ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ମରଣାନ୍ତକ ଆକ୍ରମଣ 

ମହିଳାଙ୍କ ବେକ କାଟି ଲୁଟି ନେଇଥିଲେ ସୁନା ହାର, ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ ମହିଳାଙ୍କ ବେକ କାଟି ସୁନା ହାର ଲୁଟ୍ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଚୌଦ୍ୱାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଗତ ୨୧ ତାରିଖରେ ଘଟିଥିବା ଏଭଳି ଲୁଟ୍ ଘଟଣା । ଦୁଇ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସୁନା ହାର ମଧ୍ୟ ଉଦ୍ଧାର କରିଛି ପୋଲିସ । ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘରେ ଏକାକୀ ଥିବା ଜଣେ ମହିଳାଙ୍କ ଘର ଭିତରେ ପଶି ବେକକୁ ଛୁରାମାରି ସୁନା ହାର ନେଇ ଦୁଇ ଜଣ ଲୁଟେରା ଫେରାର ହୋଇଯାଇଥିଲେ । ଏନେଇ ଗତ ୨୧ ତାରିଖରେ ମହିଳାଙ୍କ ଶ୍ବଶୁର ଶରତ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଚୌଦ୍ୱାର ପୋଲିସ ଗୁରୁତ୍ୱର ସହ ନେଇ ଘଟଣା ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଆଶୁତୋଷ ଜେନା ଓ ତାଙ୍କ ଠାରୁ ସୁନାହାର କିଣିଥିବା ବ୍ୟକ୍ତି ହେଉଛନ୍ତି ସେହି ଅଞ୍ଚଳର ପ୍ରକାଶ ଚନ୍ଦ୍ର ସାହୁ । 

କଟକ ଡିସିପିଙ୍କ କହିବା ଅନୁସାରେ ଲୁଟେରା ହେଉଛନ୍ତି ଲୁଟ୍‌ର ଶୀକାର ହୋଇଥିବା ମହିଳାଙ୍କ ସମ୍ପର୍କୀୟ । ସମ୍ପର୍କର ସୁଯୋଗ ନେଇ ଘରେ ପହଞ୍ଚି ଲୁଟେରା ଏଭଳି କାଣ୍ଡ ଘଟାଇଥିବା ଡିସିପି ସୂଚନା ଦେଇଛନ୍ତି ।

You Can Read:

ସ୍ତ୍ରୀ ଜମିକୁ ନିଜ ନାଁରେ କରିବାକୁ ଚାହୁଁଥିଲା ସ୍ବାମୀ, ରାଜି ନହେବାରୁ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ମରଣାନ୍ତକ ଆକ୍ରମଣ