ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଶନିବାର IIFA ପୁରସ୍କାର ପାଇଁ ଜୟପୁର ଯାଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଡ୍ରେସ୍‌ ଉପରେ ଥିଲା। କାରଣ କରୀନା ଏକ ନ୍ୟୁଜ୍‌ପେପର ବା ଖବରକାଗଜ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ , ଯେଉଁଥିରେ ସେ ବହୁତ ଷ୍ଟାଇଲିସ ଦେଖାଯାଉଥିଲେ। ସେ ଏହି ଡ୍ରେସ୍‌କୁ ଲମ୍ବା କଳା ବୁଟ୍‌ ସହିତ ପିନ୍ଧିଥିଲେ। କରୀନାଙ୍କ ଷ୍ଟାଇଲ ରିଆ କପୁର କରିଥିଲେ। ଏହା ପରେ ଖବରକାଗଜ ପ୍ରିଣ୍ଟ ଡ୍ରେସ୍‌ ଚର୍ଚ୍ଚାକୁ ଆସିଛି। ୧୯୩୫ରେ […] The post ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ appeared first on Dharitri Odia News.

ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଶନିବାର IIFA ପୁରସ୍କାର ପାଇଁ ଜୟପୁର ଯାଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଡ୍ରେସ୍‌ ଉପରେ ଥିଲା। କାରଣ କରୀନା ଏକ ନ୍ୟୁଜ୍‌ପେପର ବା ଖବରକାଗଜ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ , ଯେଉଁଥିରେ ସେ ବହୁତ ଷ୍ଟାଇଲିସ ଦେଖାଯାଉଥିଲେ। ସେ ଏହି ଡ୍ରେସ୍‌କୁ ଲମ୍ବା କଳା ବୁଟ୍‌ ସହିତ ପିନ୍ଧିଥିଲେ। କରୀନାଙ୍କ ଷ୍ଟାଇଲ ରିଆ କପୁର କରିଥିଲେ। ଏହା ପରେ ଖବରକାଗଜ ପ୍ରିଣ୍ଟ ଡ୍ରେସ୍‌ ଚର୍ଚ୍ଚାକୁ ଆସିଛି।

Kareena Kapoor Turns Heads In A Vintage John Galliano Newspaper Print Blazer And Skirt Ahead Of IIFA 2025 - News18

୧୯୩୫ରେ ଖବରକାଗଜ ପ୍ରିଣ୍ଟ ଫ୍ୟାଶନ ଜଗତରେ ପ୍ରବେଶ କରିଥିଲା। ୯୦ ବର୍ଷ ପୂର୍ବେ ଇଟାଲୀୟ ଫ୍ୟାଶନ ଡିଜାଇନର୍‌ ଏଲସା ସିଆପାରେଲି ନିଜ ବିଷୟରେ ମୁଦ୍ରିତ ଲେଖାର ପ୍ରିଣ୍ଟରୁ ବ୍ଲାଉଜ ଏବଂ ଆସେସୋରିଜ ଡିଜାଇନ କରିଥିଲେ। ଡେନମାର୍କରେ ଛୁଟି କାଟିବା ସମୟରେ ଏକ ଟୋପି ଦେଖିବା ପରେ ତାଙ୍କୁ ଏହି ଧାରଣା ମିଳିଥିଲା। ସେହି ଟୋପିଟି ଖବରକାଗଜରେ ତିଆରି ହୋଇଥିଲା। ଏହା ପରେ, ଖବରକାଗଜ ପ୍ରିଣ୍ଟ ଲୋକପ୍ରିୟ ହେବା ଆରମ୍ଭ କଲା। ପ୍ରସିଦ୍ଧ ପ୍ୟାରିସ ଫ୍ୟାଶନ ଡିଜାଇନର୍‌ ଲୁଇସ ରିଅର୍ଡ ମଧ୍ୟ ଏହି ପ୍ରିଣ୍ଟ ସହିତ ଏକ ବିକିନି ଡିଜାଇନ କରିଥିଲେ।

Bollywood News | Kareena Kapoor Khan Jets Off to Jaipur for IIFA 2025 in a Statement Newspaper Print Ensemble | ???? LatestLY

ଖବରକାଗଜ ପ୍ରିଣ୍ଟ ଡ୍ରେସ୍‌ ସବୁବେଳେ ଉଚ୍ଚସ୍ତରୀୟ ଫ୍ୟାଶନ ମଧ୍ୟରେ ଗଣନା କରାଯାଇଆସିଛି। ୧୮୮୬ରେ ଏହି ପ୍ରିଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଜଣେ ପ୍ରସିଦ୍ଧ ଅଷ୍ଟ୍ରେଲୀୟ ନେତାଙ୍କ ସ୍ତ୍ରୀ ମାଟିଲଡା ବଟଲର୍‌ ଏହି ପ୍ରିଣ୍ଟ ସହିତ ଏକ ଗାଉନ ପିନ୍ଧିଥିଲେ। ୨୦୦୦ରେ, ଏହି ପ୍ରିଣ୍ଟ ଜନ୍‌ ଗାଲିଆନୋ ବସନ୍ତ/ଗ୍ରୀଷ୍ମ ୨୦୦୦ କଲେକ୍ସନରେ ମଧ୍ୟ ପ୍ରଭାବଶାଳୀ ଥିଲା। ଅନେକ ହଲିଉଡ୍‌ ଏବଂ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏହି ପ୍ରିଣ୍ଟ ପାଇଁ ପାଗଳ। ଏହି ପ୍ରିଣ୍ଟରେ ଅଭିନେତ୍ରୀ କୀର୍ତ୍ତି ସୁରେଶ, ତମନ୍ନା ଭାଟିଆ, ମଲାଇକା ଆରୋରା, ଅଦା ଶର୍ମାଙ୍କ ଭଳି ଅନେକ ସେଲିବ୍ରିଟିଙ୍କୁ ପୂର୍ବରୁ ଦେଖିବାକୁ ମିଳିଛି।

The post ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ appeared first on Dharitri Odia News.