ନାସିକ୍‌ରେ ଭୟଙ୍କର ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଅଟୋ, ୮ ମୃତ

ମୁମ୍ଵାଇ ୧୩।୦୧; ମହାରାଷ୍ଟ୍ରର ନାସିକରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସନ୍ଧ୍ୟାରେ ନାସିକର ଦ୍ୱାରକା ସର୍କଲରେ ଏକ ଅଟୋ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଯାହା ଫଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ପୋଲିସ ଏହି ସୂଚନା ଦେଇଛି। ଘଟଣାଟି ସନ୍ଧ୍ୟା ୭.୩୦ ସମୟରେ ଆୟପ୍ପା ମନ୍ଦିର ନିକଟରେ ଘଟିଥିଲା। ଅଟୋରେ ମୋଟ ୧୬ ଜଣ ଯାତ୍ରୀ ଥିଲେ। ଯେଉଁମାନେ ସିଡକୋ ଅଞ୍ଚଳ ଆଡ଼କୁ ଯାଉଥିଲେ।Eight killed, several injured in tempo-truck collision in Maharashtra's Nashik district: Police— Press Trust of India (@PTI_News) January 12, 2025କହିବାକୁ ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ସେହି ସମୟରେ ଅଟୋଟି ଆଗରେ ଯାଉଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କିଛି ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୃତକଙ୍କ ସଂଖ୍ୟା ବଢ଼ିପାରେଦୁର୍ଘଟଣା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଜିଲ୍ଲା ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବ

ନାସିକ୍‌ରେ ଭୟଙ୍କର ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଅଟୋ, ୮ ମୃତ

ମୁମ୍ଵାଇ ୧୩।୦୧; ମହାରାଷ୍ଟ୍ରର ନାସିକରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସନ୍ଧ୍ୟାରେ ନାସିକର ଦ୍ୱାରକା ସର୍କଲରେ ଏକ ଅଟୋ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଯାହା ଫଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ପୋଲିସ ଏହି ସୂଚନା ଦେଇଛି। ଘଟଣାଟି ସନ୍ଧ୍ୟା ୭.୩୦ ସମୟରେ ଆୟପ୍ପା ମନ୍ଦିର ନିକଟରେ ଘଟିଥିଲା। ଅଟୋରେ ମୋଟ ୧୬ ଜଣ ଯାତ୍ରୀ ଥିଲେ। ଯେଉଁମାନେ ସିଡକୋ ଅଞ୍ଚଳ ଆଡ଼କୁ ଯାଉଥିଲେ।

କହିବାକୁ ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ସେହି ସମୟରେ ଅଟୋଟି ଆଗରେ ଯାଉଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କିଛି ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ସଂଖ୍ୟା ବଢ଼ିପାରେ

ଦୁର୍ଘଟଣା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଜିଲ୍ଲା ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।