ପରିଶ୍ରମ ସଫଳତାର ଚାବିକାଠି: ଗନମୁଣ୍ଡା ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ
କୁଚିଣ୍ଡା,୨।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଳକ ବାଉରୀଗୋଡା ପଞ୍ଚାୟତ ଗନମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ କୁବେର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ବାଉରୀଗୋଡା ସମିତି ସଭ୍ୟ ପରେଶ ପଟେଲ ମୁଖ୍ୟଅତିଥି, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ କୁସୁମ ମୁଖ୍ୟବକ୍ତା, ବାଉରୀଗୋଡା ସରପଞ୍ଚ ଗୋବର୍ଦ୍ଧନ ବାଘ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, […] The post ପରିଶ୍ରମ ସଫଳତାର ଚାବିକାଠି: ଗନମୁଣ୍ଡା ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ appeared first on Dharitri Odia News.
କୁଚିଣ୍ଡା,୨।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଳକ ବାଉରୀଗୋଡା ପଞ୍ଚାୟତ ଗନମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ କୁବେର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ବାଉରୀଗୋଡା ସମିତି ସଭ୍ୟ ପରେଶ ପଟେଲ ମୁଖ୍ୟଅତିଥି, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ କୁସୁମ ମୁଖ୍ୟବକ୍ତା, ବାଉରୀଗୋଡା ସରପଞ୍ଚ ଗୋବର୍ଦ୍ଧନ ବାଘ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, ସୁଶ୍ରୀ ନିଳେନ୍ଦ୍ରି ପଟେଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁମନ୍ତ ପୃଷେଠ, କିଶୋର ଚନ୍ଦ୍ର ପୃଷେଠ, ସନ୍ତୋଷ ନାଏକ, ଅବିଲ ମାଝି, ସନ୍ତୋଷ ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ପିଲାମାନେ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ସଫଳତା ପାଇପାରିବେ। ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ ପଟେଲ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ନାଏକ ବିଦ୍ୟାଳୟର ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ନମିତା କିଷାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅବିଲ ମାଝି, ମଦନ ମାଝି, ଈଶ୍ୱର ପ୍ରଧାନ, ଲୋକନାଥ ମାଝି, ପ୍ରତାପ ସୁନାନୀ, ପ୍ରଭାକର ମାଝି, ଶୈଳେନ୍ଦ୍ର ପ୍ରଧାନ, ଜୟନାରାୟଣ ପଟେଲ ସହଯୋଗ କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
The post ପରିଶ୍ରମ ସଫଳତାର ଚାବିକାଠି: ଗନମୁଣ୍ଡା ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ appeared first on Dharitri Odia News.