ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ଵର:  ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁରସ୍କାର ବାବଦରେ ପ୍ରତ୍ୟାଶାଙ୍କୁ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ କରାଯିବ ।ସେହିପରି ତାଙ୍କ ସହ ଜାତୀୟ ଓ ଆର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳି ତନଭି ପତ୍ରୀଙ୍କୁ ପୁରସ୍କାର ରାଶି ଭାବେ  ୧.୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ "ଇଣ୍ଡିଆନ୍‌ ମେଟାଲସ୍ ପବ୍ଳିକ୍ ∙ରିଟେବଲ୍‌ଟ୍ରଷ୍ଟ୍ (ଇମ୍ପାକ୍ଟ)' ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡାସମ୍ମାନ ରୂପେ ଖାତି ଅର୍ଜନ କରିଛି। କ୍ରୀଡା କ୍ଷେତ୍ରରେ ବିଗତ ଦୁଇବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ବହୁ ଏକଲବ୍ୟ ପୁରସ୍କାର ବିଜେତାମା

ପ୍ରତ୍ୟାଶା ରାୟ ପାଇବେ  ୩୨ ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ଵର:  ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁରସ୍କାର ବାବଦରେ ପ୍ରତ୍ୟାଶାଙ୍କୁ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ କରାଯିବ ।

ସେହିପରି ତାଙ୍କ ସହ ଜାତୀୟ ଓ ଆର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳି ତନଭି ପତ୍ରୀଙ୍କୁ ପୁରସ୍କାର ରାଶି ଭାବେ  ୧.୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ। 

ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ "ଇଣ୍ଡିଆନ୍‌ ମେଟାଲସ୍ ପବ୍ଳିକ୍ ∙ରିଟେବଲ୍‌ଟ୍ରଷ୍ଟ୍ (ଇମ୍ପାକ୍ଟ)' ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡାସମ୍ମାନ ରୂପେ ଖାତି ଅର୍ଜନ କରିଛି। କ୍ରୀଡା କ୍ଷେତ୍ରରେ ବିଗତ ଦୁଇବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ବହୁ ଏକଲବ୍ୟ ପୁରସ୍କାର ବିଜେତାମାନଙ୍କୁ ସମୀକ୍ଷା କରି ଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମ ପ୍ରତ୍ୟୟ ବୃଦ୍ଧିରେ ବେଶ୍‌ ସହାୟକ ସାବ୍ୟସ୍ତହୋଇଛି ।

ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣାକରିବା ଅବସରରେ "ଇମ୍ପାକ୍ଟ'ର ଟ୍ରଷ୍ଟି ତଥା ଅଧ୍ୟକ୍ଷ ଏକଲବ୍ୟ ପୁରସ୍କାର କମିଟି,  ଶ୍ରୀବୈଜୟନ୍ତ ପଣ୍ଡା କହିଛନ୍ତି, ""ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ  କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ, ଯାହା ଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନକରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ । କ୍ରୀଡା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟ ସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ ।