ଶ୍ରୀନଗର ଏନ୍‌କାଉଣ୍ଟରରେ ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ନିହତ, ୪ ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ: ଶ୍ରୀନଗର ଖାନୟାର ଅଞ୍ଚଳରେ ଅନେକ ବର୍ଷରୁ ଉପତ୍ୟକାରେ ସକ୍ରିୟ ଲସ୍କର-ଏ-ତୋଏବାର ଜଣେ ଶୀର୍ଷ ପାକିସ୍ତାନୀ କମାଣ୍ଡର ସେନା ଗୁଳିରେ ନିହତ ହୋଇଛି । ଏହି ସଂଘର୍ଷରେ ଚାରି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ଖାନୟାର ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲେ ।ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏହି ଏକାଉଣ୍ଟର ବେଳେ ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲାଗି ଯାଇଥିଲା ଏବଂ ଅଞ୍ଚଳ ଧୂଆଁ ଧୂଆଁ ହୋଇଥିଲା । ସୂଚନା ଅନୁସାରେ ଏବେ ବି ଏନକାଉଣ୍ଟର ଜାରି ରହିଛି ।ସୂଚନା ଅନୁସାରେ ଗୁଳି ବିନିମୟରେ କେନ୍ଦ୍ରୀୟ ପୋଲିସ ଫୋର୍ସ (ସିଆରପିଏଫ୍)ର ଦୁଇ ଯବାନ ଏବଂ ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ସେନାର ୯୨ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ପିଟିଆଇ-ଭାଷାକୁ ସୂଚନା ଦେଇ କହିଛନ୍ତି ଯେ ମୃତ ଆତଙ୍କବାଦୀ ପାକିସ୍ତାନୀ ଥିଲା ଏବଂ ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା । ଆତଙ୍କବାଦୀର ନାଁ ଉସ୍ମାନ ଏବଂ ସେ ସବୁଠୁ ବରିଷ୍ଠ କମାଣ୍ଡର

ଶ୍ରୀନଗର ଏନ୍‌କାଉଣ୍ଟରରେ ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ନିହତ, ୪ ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ: ଶ୍ରୀନଗର ଖାନୟାର ଅଞ୍ଚଳରେ ଅନେକ ବର୍ଷରୁ ଉପତ୍ୟକାରେ ସକ୍ରିୟ ଲସ୍କର-ଏ-ତୋଏବାର ଜଣେ ଶୀର୍ଷ ପାକିସ୍ତାନୀ କମାଣ୍ଡର ସେନା ଗୁଳିରେ ନିହତ ହୋଇଛି । ଏହି ସଂଘର୍ଷରେ ଚାରି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ଖାନୟାର ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲେ ।

ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏହି ଏକାଉଣ୍ଟର ବେଳେ ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲାଗି ଯାଇଥିଲା ଏବଂ ଅଞ୍ଚଳ ଧୂଆଁ ଧୂଆଁ ହୋଇଥିଲା । ସୂଚନା ଅନୁସାରେ ଏବେ ବି ଏନକାଉଣ୍ଟର ଜାରି ରହିଛି ।

ସୂଚନା ଅନୁସାରେ ଗୁଳି ବିନିମୟରେ କେନ୍ଦ୍ରୀୟ ପୋଲିସ ଫୋର୍ସ (ସିଆରପିଏଫ୍)ର ଦୁଇ ଯବାନ ଏବଂ ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ସେନାର ୯୨ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ପିଟିଆଇ-ଭାଷାକୁ ସୂଚନା ଦେଇ କହିଛନ୍ତି ଯେ ମୃତ ଆତଙ୍କବାଦୀ ପାକିସ୍ତାନୀ ଥିଲା ଏବଂ ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା । ଆତଙ୍କବାଦୀର ନାଁ ଉସ୍ମାନ ଏବଂ ସେ ସବୁଠୁ ବରିଷ୍ଠ କମାଣ୍ଡର ଥିଲା । ଅଧିକାରୀଙ୍କ କହିବା ଅନୁସାରେ ଉସ୍ମାନ ଉପତ୍ୟକାରେ ସକ୍ରିୟ ଥିଲା ଏବଂ ଅନେକ ଆତଙ୍କୀ ଆକ୍ରମଣରେ ସାମିଲ ଥିଲା । ଉସ୍ମାନର ମୃତ୍ୟୁ ଲସ୍କର ପାଇଁ ଏକ ବଡ଼ ଝଟକା ବୋଲି ସେ କହିଛନ୍ତି ।