ସକାଳୁ ସକାଳୁ ପାରଦ ଉପରମୁହାଁ, ଭୁବନେଶ୍ୱରରେ ତାପମାତ୍ରା ୩୧.୪ ଡିଗ୍ରୀ
ଭୁବନେଶ୍ୱର ୦୭।୦୪ : ଡହ ଡହ ଖରାରେ ସିଝୁଛି ପୁରା ଓଡିଶା । ସକାଳୁ ସକାଳୁ ପାରଦ ଉପରମୁହାଁ । ସକାଳୁ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ରେକର୍ଡ ହୋଇଛି ଆଜିର ସର୍ବୋଚ୍ଚ ତାପମାତ୍ରା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧.୪ ଡିଗ୍ରୀ, ସମ୍ବଲପୁରର ତାପମାତ୍ରା ୩୧.୪ ଡିଗ୍ରୀ, ଚାନ୍ଦବାଲି ୩୧ ଡିଗ୍ରୀ, ପାରାଦୀପରେ ୩୦.୬ ଡିଗ୍ରୀ, ହୀରାକୁଦରେ ୩୦.୪ ଡିଗ୍ରୀ, ରାଉରକେଲାରେ ୩୦ ଡିଗ୍ରୀ, ଝାରସୁଗୁଡ଼ାରେ ୩୦ ଡିଗ୍ରୀ, ପୁରୀରେ ୨୯.୬ ଡିଗ୍ରୀ, ବାଲେଶ୍ୱରରେ ୨୯.୬ ଡିଗ୍ରୀ, ଗୋପାଳପୁରରେ ୨୮.୨ ଡିଗ୍ରୀ, କେନ୍ଦୁଝରରେ ୨୬ ଡିଗ୍ରୀ ରେକର୍ଡ ହୋଇଛି । ତେବେ କିଛି ସ୍ଥାନରେ ପାରଦ କମ୍ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ୩୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ତେବେ ଆଗକୁ ମଧ୍ୟ ଏହିପରି ତାପମାତ୍ରା ବଢିବାର ଅନୁମାନ କରାଯାଉଛି । ହେଲେ ପାଣିପାଗ ବିଭାଗ କହୁଛି କି, ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । ୩ ରୁ ୪ ଡିଗ୍ରୀ ଖସିପାରେ ପାରଦ ।
ଭୁବନେଶ୍ୱର ୦୭।୦୪ : ଡହ ଡହ ଖରାରେ ସିଝୁଛି ପୁରା ଓଡିଶା । ସକାଳୁ ସକାଳୁ ପାରଦ ଉପରମୁହାଁ । ସକାଳୁ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ରେକର୍ଡ ହୋଇଛି ଆଜିର ସର୍ବୋଚ୍ଚ ତାପମାତ୍ରା ।
ପାଣିପାଗ ବିଭାଗର ତଥ୍ୟ ଅନୁସାରେ ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧.୪ ଡିଗ୍ରୀ, ସମ୍ବଲପୁରର ତାପମାତ୍ରା ୩୧.୪ ଡିଗ୍ରୀ, ଚାନ୍ଦବାଲି ୩୧ ଡିଗ୍ରୀ, ପାରାଦୀପରେ ୩୦.୬ ଡିଗ୍ରୀ, ହୀରାକୁଦରେ ୩୦.୪ ଡିଗ୍ରୀ, ରାଉରକେଲାରେ ୩୦ ଡିଗ୍ରୀ, ଝାରସୁଗୁଡ଼ାରେ ୩୦ ଡିଗ୍ରୀ, ପୁରୀରେ ୨୯.୬ ଡିଗ୍ରୀ, ବାଲେଶ୍ୱରରେ ୨୯.୬ ଡିଗ୍ରୀ, ଗୋପାଳପୁରରେ ୨୮.୨ ଡିଗ୍ରୀ, କେନ୍ଦୁଝରରେ ୨୬ ଡିଗ୍ରୀ ରେକର୍ଡ ହୋଇଛି ।
ତେବେ କିଛି ସ୍ଥାନରେ ପାରଦ କମ୍ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ୩୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ତେବେ ଆଗକୁ ମଧ୍ୟ ଏହିପରି ତାପମାତ୍ରା ବଢିବାର ଅନୁମାନ କରାଯାଉଛି । ହେଲେ ପାଣିପାଗ ବିଭାଗ କହୁଛି କି, ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । ୩ ରୁ ୪ ଡିଗ୍ରୀ ଖସିପାରେ ପାରଦ ।