ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି
ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ ଭୁଲି ପାରିବି ନାହିଁ। ଆପଣମାନଙ୍କ ଭଲ ପାଇବା ଯୋଗୁ ମୁଁ ଓଡ଼ିଶା ଆସୁଛି। ଏଥିସହିତ ଭାଷଣ ଆରମ୍ଭରୁ ମୋଦି ବିଜେଡିକୁ ପୂରା ଟାର୍ଗେଟ୍ କରି ପ୍ରବଳ ବର୍ଷିଛନ୍ତି। ମୋଦି କହିଛନ୍ତି, ବିଜେଡିକୁ ୨୫ ବର୍ଷ […] The post ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି appeared first on Dharitri Odia News.
ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ ଭୁଲି ପାରିବି ନାହିଁ। ଆପଣମାନଙ୍କ ଭଲ ପାଇବା ଯୋଗୁ ମୁଁ ଓଡ଼ିଶା ଆସୁଛି। ଏଥିସହିତ ଭାଷଣ ଆରମ୍ଭରୁ ମୋଦି ବିଜେଡିକୁ ପୂରା ଟାର୍ଗେଟ୍ କରି ପ୍ରବଳ ବର୍ଷିଛନ୍ତି। ମୋଦି କହିଛନ୍ତି, ବିଜେଡିକୁ ୨୫ ବର୍ଷ ଶାସନ ଦେଲେ ଓଡ଼ିଶାବାସୀ। ମାତ୍ର ବିଜେଡି ସରକାର ବିକାଶ ନାଁରେ ବିଶ୍ୱାସଘାତ କରିଛି। ବିଜେଡି ନେତା ନକଲି କାଗଜପତ୍ର କରି ଚାଷୀଙ୍କ ନାଁରେ ଋଣ କରିନେଇଛନ୍ତି। ଆପଣମାନଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି। ଆଜି ସାରା ଦେଶ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ଭାଜପା ତାହାର ମୁଖା ଖୋଲିବ। ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ଓଡ଼ିଶାରେ ସରକାର ଗଢ଼ିବ ଭାଜପା। ଲୋକେ କହୁଛନ୍ତି, ବିଜେଡିକୁ ଭୋଟ୍ ଦେଲେ ଏଥର ବେକାର ହୋଇଯିବ। ଏଠାରେ ଭାଜପା ସରକାର ମୁଖ୍ୟମନ୍ତ୍ରୀ ହେଲେ ପର୍ଯ୍ୟଟନର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଛନ୍ତି।
The post ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି appeared first on Dharitri Odia News.