ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ

ତୁମୁଡିବନ୍ଧ,୧।୭ (ଦୀପକ କୁମାର ପରାସେଠ):ବିଏମସିର ଅତିରିକ୍ତ କମିଶନର ଅଭିଯୋଗ ଶୁଣାଣି କାର୍ଯ୍ୟ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ସରକାରୀ କର୍ମଚାରୀ ନିନ୍ଦା କରିବା ସହିତ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କର୍ମଚାରୀମାନେ ଯଥା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେଦାରନାଥ ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ବିନୟ କୁମାର […] The post ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ appeared first on Dharitri Odia News.

ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ

ତୁମୁଡିବନ୍ଧ,୧।୭ (ଦୀପକ କୁମାର ପରାସେଠ):ବିଏମସିର ଅତିରିକ୍ତ କମିଶନର ଅଭିଯୋଗ ଶୁଣାଣି କାର୍ଯ୍ୟ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ସରକାରୀ କର୍ମଚାରୀ ନିନ୍ଦା କରିବା ସହିତ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କର୍ମଚାରୀମାନେ ଯଥା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେଦାରନାଥ ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ରାମ ପ୍ରାସଦ ଦାସ, ସୁନୀଲ କୁମାର ପ୍ରଧାନ, ବରିଷ୍ଠ କିରାଣୀ ଅରୁଣ କୁମାର ସ୍ବାଇଁ ବିବେକାନନ୍ଦ କଂହର,ବିଏସଏସ ଓ ସୌମ୍ୟରଂଜନ ସାହୁ, ବିଏଲସି ବାଦଲ କୁମାର ପ୍ରଧାନ,ବି ପି ସି ଆଶୀର୍ବାଦ ଦିଗାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଗା ମାଧବ ପଣ୍ଡା ଓ ଅନ୍ୟ ସମସ୍ତ କର୍ମଚାରୀମାନେ ଅତିରିକ୍ତ ବିଏମସି କମିଶନରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିବା ସହିତ ସମସ୍ତ ଆକ୍ରମଣକାରୀଙ୍କୁ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନ ହେଲେ ଏହି କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବାର ଜାରି ରହିବ ବୋଲି କର୍ମଚାରୀମାନେ କହିଛନ୍ତି। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ କନ୍ଧମାଳର ଜିଲା ପରିଷଦର ପୂର୍ବତନ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

 

 

The post ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ appeared first on Dharitri Odia News.