ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ
ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା କରାଯିବା ଘଟଣାକୁ ବିଶ୍ୱ ହିନ୍ଦୁ ପରିଷଦ ଟିଟିଲାଗଡ଼ ଜିଲା ଶାଖା କଡା ପ୍ରତିବାଦ କରାଯାଇଛି। ଏନେଇ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପରିଷଦ ପକ୍ଷରୁ କୁହାଯାଇଛି ଏହି ଆଇନ ନେଇ ହିନ୍ଦୁ ସମ୍ପ୍ରଦାୟର ତିଳେ ମାତ୍ର ସମ୍ପୃକ୍ତି ନାହିଁ। […] The post ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ appeared first on Dharitri Odia News.
ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା କରାଯିବା ଘଟଣାକୁ ବିଶ୍ୱ ହିନ୍ଦୁ ପରିଷଦ ଟିଟିଲାଗଡ଼ ଜିଲା ଶାଖା କଡା ପ୍ରତିବାଦ କରାଯାଇଛି। ଏନେଇ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ପରିଷଦ ପକ୍ଷରୁ କୁହାଯାଇଛି ଏହି ଆଇନ ନେଇ ହିନ୍ଦୁ ସମ୍ପ୍ରଦାୟର ତିଳେ ମାତ୍ର ସମ୍ପୃକ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ତୁରନ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପରିଷଦ ଦାବି କରିଛି l ଏହି ମର୍ମରେ ସଂଗଠନ ପକ୍ଷରୁ ଟିଟିଲାଗଡ଼ ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲାପାଳ ମଙ୍ଗଲ ସିଂଭୋଇଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l
ସଂଗଠନର ଟିଟିଲାଗଡ଼ ଜିଲା ସମ୍ପାଦକ ନନ୍ଦ ମହଲାଙ୍କ ନେତୃତ୍ୱରେ ଜିଲା କୋଷାଧ୍ୟକ୍ଷ କୈଲାଶ ସୋନି, ଓଡିଶା ପଶ୍ଚିମ ପ୍ରାନ୍ତ ସଦସ୍ୟ ଆଇନଜୀବୀ କୃଷ୍ଣଚନ୍ଦ୍ର ବାବୁ, ବିଭାଗ ସମ୍ପାଦକ ବଲାଙ୍ଗୀର କ୍ଷୀରସିନ୍ଧୁ ସାହୁ, ଓଡିଶା ପଶ୍ଚିମ ପ୍ରାନ୍ତ ଧର୍ମାଚାର୍ଯ୍ୟ ପ୍ରମୁଖ ସୁଦର୍ଶନ ବାବା, ପଶ୍ଚିମ ଓଡିଶା ପ୍ରାନ୍ତ ସଦସ୍ୟ ଗୋପାଲ କୃଷ୍ଣ ସାହୁ, ରାଷ୍ଟ୍ରୀୟ ସେବିକା ସମିତି ସଂଯୋଜିକା ଆଇନଜୀବୀ ସନ୍ଧ୍ୟା ଥାପା, ଚିତ୍ତରଞ୍ଜନ ସାହୁ, ଚିନ୍ତାମଣି ସାହୁ, ମୋହନଲାଲ ଗୁପ୍ତା, କାନ୍ତା ପ୍ରସାଦ ସାହୁ, ଲାଲଦେବ ପ୍ରସାଦ ଗୁପ୍ତା, ହେମନ୍ତ ଆଦଜୁଆଡ଼, ମୋତିରାମ ଆଡ଼ଜୁଆଡ଼, ଶଙ୍କର ସିଂଙ୍କ ଶତାଧିକ ସଦସ୍ୟ ସାମିଲ ଥିଲେ l
The post ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ appeared first on Dharitri Odia News.