ରାସନ କାର୍ଡରେ ମାଗଣାରେ ମିଳିବ ୯ଟି ଜିନିଷ, ସରକାର ବଦଳାଇ ଦେଲେ ସ୍କିମ!
ନୂଆଦିଲ୍ଲୀ,୨୫।୮: ଭାରତ ସରକାର ଦେଶର ଜନତାଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିମଧ୍ୟରୁ ସରକାର ବିଭିନ୍ନ ପ୍ରକାରର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ ରହିଛି। କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛନ୍ତି। ମାଗଣା ରାସନ ଯୋଜନା ଅଧୀନରେ ସରକାର ସମସ୍ତ ରାସନ କାର୍ଡଧାରୀଙ୍କୁ ରାସନ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ବୋଲି କୁହାଯାଉଛି। ପୂର୍ବରୁ […] The post ରାସନ କାର୍ଡରେ ମାଗଣାରେ ମିଳିବ ୯ଟି ଜିନିଷ, ସରକାର ବଦଳାଇ ଦେଲେ ସ୍କିମ! appeared first on Dharitri Odia News.
ନୂଆଦିଲ୍ଲୀ,୨୫।୮: ଭାରତ ସରକାର ଦେଶର ଜନତାଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିମଧ୍ୟରୁ ସରକାର ବିଭିନ୍ନ ପ୍ରକାରର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ ରହିଛି। କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛନ୍ତି। ମାଗଣା ରାସନ ଯୋଜନା ଅଧୀନରେ ସରକାର ସମସ୍ତ ରାସନ କାର୍ଡଧାରୀଙ୍କୁ ରାସନ ପ୍ରଦାନ କରୁଛନ୍ତି।
ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ବୋଲି କୁହାଯାଉଛି। ପୂର୍ବରୁ ସରକାର ରାସନ କାର୍ଡଧାରୀମାନଙ୍କୁ ମାଗଣା ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ମାଗଣା ଚାଉଳ ଆଉ ଉପଲବ୍ଧ ହେବ ନାହିଁ ବୋଲି ଶୁଣାଯାଉଛି। ବରଂ ମାଗଣା ଚାଉଳ ବଦଳରେ ସରକାର ବର୍ତ୍ତମାନ ୯ଟି ଜରୁରୀ ଜିନିଷ ଯୋଗାଇ ଦେବେ ବୋଲି କୁହାଯାଉଛି।
ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଆଗକୁ ଯେଉଁ ମାଗଣା ଜିନିଷ ମିଳିବ ସେହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ବୋଲି କୁହାଯାଉଛି।
The post ରାସନ କାର୍ଡରେ ମାଗଣାରେ ମିଳିବ ୯ଟି ଜିନିଷ, ସରକାର ବଦଳାଇ ଦେଲେ ସ୍କିମ! appeared first on Dharitri Odia News.