ମେଡିସିନ ଷ୍ଟୋର୍ରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ
ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ନୂତନ ଭାବେ ଖୋଲା ଯାଇଥିବା ଏକ ମେଡିସିନ ଷ୍ଟୋର୍ରେ ଗୁରୁବାର କେନ୍ଦୁଝର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ମେଡିସିନ ଷ୍ଟୋର୍ରେ ବେଆଇନ ଭାବେ ଡାକ୍ତର ରୋଗୀସେବା କରୁଥିବା, ବେଡ୍ ପକାଇ ରୋଗୀଙ୍କୁ ଚିକିତ୍ସା କରିବା ଆଦି ଅଭିଯୋଗ ପାଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ କିଶୋର କୁମାର ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଚଢ଼ାଉ କରିଥିଲେ। ଏହି ଟିମ୍ରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ […] The post ମେଡିସିନ ଷ୍ଟୋର୍ରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ appeared first on Dharitri Odia News.
ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ନୂତନ ଭାବେ ଖୋଲା ଯାଇଥିବା ଏକ ମେଡିସିନ ଷ୍ଟୋର୍ରେ ଗୁରୁବାର କେନ୍ଦୁଝର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ମେଡିସିନ ଷ୍ଟୋର୍ରେ ବେଆଇନ ଭାବେ ଡାକ୍ତର ରୋଗୀସେବା କରୁଥିବା, ବେଡ୍ ପକାଇ ରୋଗୀଙ୍କୁ ଚିକିତ୍ସା କରିବା ଆଦି ଅଭିଯୋଗ ପାଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ କିଶୋର କୁମାର ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଚଢ଼ାଉ କରିଥିଲେ। ଏହି ଟିମ୍ରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରଣତି ନାୟକ, ଷ୍ଟେନୋ ଦିଲ୍ଲୀପ କୁମାର ରାମ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ପରେ ଏଡିଏମ୍ଓ ଏଠାରେ ମେଡିକାଲ କିମ୍ବା ଡାକ୍ତର ରୋଗୀ ଦେଖୁଥିବା କିମ୍ବା ବେଡ୍ ପକାଇ ରୋଗୀ ଚିକିତ୍ସା ଆଦି କୌଣସି ବେଆଇନ କାର୍ଯ୍ୟ ଚାଲୁଥିବା ଆମେ ଦେଖିବାକୁ ପାଇନାହୁଁ। ମେଡିସିନ ଷ୍ଟୋର୍ ସମ୍ମୁଖ କେବଳ ଏକ ବଡ଼ ହସ୍ପିଟାଲ ନାମରେ ସାଇନବୋର୍ଡ ଲଗାଇବା ହିଁ ଦୋକାନ ମାଲିକ ଭୁଲ୍ କରିଛନ୍ତି। ଆଗକୁ ସେ ଏହାକୁ ଏକ ଘରୋଇ ଚିକିତ୍ସାଳୟ କରିବା ଉଦ୍ଦେଶ୍ୟରେ କେତେକ ଆନୁଷଙ୍ଗିକ ନିର୍ମାଣ କରିଛନ୍ତି।
The post ମେଡିସିନ ଷ୍ଟୋର୍ରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ appeared first on Dharitri Odia News.