କରୋନା ଭ୍ୟାକ୍ସିନର ୨୧୭ ଡୋଜ୍ ନେଲେ ଜଣେ ବ୍ୟକ୍ତି, ବୈଜ୍ଞାନିକ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଜର୍ମାନୀର ମ୍ୟାଗଡେବର୍ଗରେ ବାସ କରୁଥିବା ଜଣେ ୬୨ ବର୍ଷୀୟ ବରିଷ୍ଠ ନାଗରିକ ସଭିଙ୍କୁ ଚକିତ କଲା ଭଲି ଏକ ଦାବି କରିଛନ୍ତି । ସେ ଦାବି କରିଛନ୍ତି ଯେ କରୋନା ଭାଇରାସର ୨୦୦ରୁ ଅଧିକ ଭ୍ୟାକ୍ସିନ ଡୋଜ ନେଇଛନ୍ତି । ବ୍ୟକ୍ତିଙ୍କ ଏହି ଦାବି ପରେ ବୈଜ୍ଞାନିକଙ୍କ ହୋସ୍ ଉଡ଼ି ଯାଇଛି । ଫ୍ରେଡରିକ୍-ଆଲେକ୍ସଜାଣ୍ଡର-ୟୁନିଭର୍ସିଟିଏଟ୍ ଏର୍ଲାଗେନ-ନୂର୍ନବର୍ଗ (ଏଫଏୟୁ) ଏବଂ ୟୁନିଭର୍ସିଟାଟ୍ସକ୍ଲିନିୟମ ଏର୍ଲଗେନର ଅଧ୍ୟୟନକାରୀ ଖବରକାଗଜ ରିପୋର୍ଟରୁ ଏହି ବ୍ୟକ୍ତିଙ୍କ ସନ୍ଧାନ ପାଇଥିଲେ । ଏହାପରେ ବ୍ୟକ୍ତିଙ୍କ ଇମ୍ୟୁନ୍ ରିସପିନ୍ସର ଅଧ୍ୟୟନ କରାଯାଇଛି । ଡ.କିଲିୟନ ସାବର କହିଛନ୍ତି, 'ଆମେ ଖବରକାଗଜ ମାଧ୍ୟମରେ ଏ ବାବଦରେ ଜାଣିବାକୁ ପାଇଥିଲୁ । ଏହାପରେ ଆମେ ତାଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ଏର୍ଲାଗେନରେ ବିଭିନ୍ନ ପରୀକ୍ଷଣରେ ସାମିଲ ହେବା ପାଇଁ କହିଥିଲୁ । ସେ ମଧ୍ୟ ଏପରି କରିବା ପାଇଁ ଅଧିକ ରୁଚି ଦେଖାଇଛନ୍ତି ।' ପ୍ରେସ୍ ରିଲିଜରେ ଏହା ମଧ୍ୟ କୁହାଯାଇଛି ଯେ ଜର୍ମାନୀର ଏହି ବ୍ୟକ୍ତି ୨୯ ମାସରେ ବ୍ୟକ୍ତିଗତ କାରଣରୁ ୨୧୭ ଥର ଟିକାକରଣ କରିଛନ୍ତି । ସାବର କହିଛନ୍ତି, 'ନିକଟ ବର୍ଷରେ ବ୍ୟକ୍ତିଙ୍କ ଅନେକ ରକ୍ତ ପରୀକ୍ଷଣ କରାଯାଇଛି । ସେ ଆମକୁ ଏହାର ବିଶ୍ଲେଷଣର ପରିମାଣ ଆକଳନ କରିବା ପାଇଁ ଅନୁମତି ଦେଇଛନ୍ତି । କିଛି ମାମଲାରେ, ନମୂନା ଫ୍ରିଜ୍ କରି ଦିଆଯାଇଥିଲା ଏବଂ ଆମ ନିଜେ ଏହାର ଯାଞ୍ଚ ପାଇଁ ସକ୍ଷମ
ନୂଆଦିଲ୍ଲୀ: ଜର୍ମାନୀର ମ୍ୟାଗଡେବର୍ଗରେ ବାସ କରୁଥିବା ଜଣେ ୬୨ ବର୍ଷୀୟ ବରିଷ୍ଠ ନାଗରିକ ସଭିଙ୍କୁ ଚକିତ କଲା ଭଲି ଏକ ଦାବି କରିଛନ୍ତି । ସେ ଦାବି କରିଛନ୍ତି ଯେ କରୋନା ଭାଇରାସର ୨୦୦ରୁ ଅଧିକ ଭ୍ୟାକ୍ସିନ ଡୋଜ ନେଇଛନ୍ତି । ବ୍ୟକ୍ତିଙ୍କ ଏହି ଦାବି ପରେ ବୈଜ୍ଞାନିକଙ୍କ ହୋସ୍ ଉଡ଼ି ଯାଇଛି । ଫ୍ରେଡରିକ୍-ଆଲେକ୍ସଜାଣ୍ଡର-ୟୁନିଭର୍ସିଟିଏଟ୍ ଏର୍ଲାଗେନ-ନୂର୍ନବର୍ଗ (ଏଫଏୟୁ) ଏବଂ ୟୁନିଭର୍ସିଟାଟ୍ସକ୍ଲିନିୟମ ଏର୍ଲଗେନର ଅଧ୍ୟୟନକାରୀ ଖବରକାଗଜ ରିପୋର୍ଟରୁ ଏହି ବ୍ୟକ୍ତିଙ୍କ ସନ୍ଧାନ ପାଇଥିଲେ । ଏହାପରେ ବ୍ୟକ୍ତିଙ୍କ ଇମ୍ୟୁନ୍ ରିସପିନ୍ସର ଅଧ୍ୟୟନ କରାଯାଇଛି ।
ଡ.କିଲିୟନ ସାବର କହିଛନ୍ତି, 'ଆମେ ଖବରକାଗଜ ମାଧ୍ୟମରେ ଏ ବାବଦରେ ଜାଣିବାକୁ ପାଇଥିଲୁ । ଏହାପରେ ଆମେ ତାଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ଏର୍ଲାଗେନରେ ବିଭିନ୍ନ ପରୀକ୍ଷଣରେ ସାମିଲ ହେବା ପାଇଁ କହିଥିଲୁ । ସେ ମଧ୍ୟ ଏପରି କରିବା ପାଇଁ ଅଧିକ ରୁଚି ଦେଖାଇଛନ୍ତି ।' ପ୍ରେସ୍ ରିଲିଜରେ ଏହା ମଧ୍ୟ କୁହାଯାଇଛି ଯେ ଜର୍ମାନୀର ଏହି ବ୍ୟକ୍ତି ୨୯ ମାସରେ ବ୍ୟକ୍ତିଗତ କାରଣରୁ ୨୧୭ ଥର ଟିକାକରଣ କରିଛନ୍ତି ।
ସାବର କହିଛନ୍ତି, 'ନିକଟ ବର୍ଷରେ ବ୍ୟକ୍ତିଙ୍କ ଅନେକ ରକ୍ତ ପରୀକ୍ଷଣ କରାଯାଇଛି । ସେ ଆମକୁ ଏହାର ବିଶ୍ଲେଷଣର ପରିମାଣ ଆକଳନ କରିବା ପାଇଁ ଅନୁମତି ଦେଇଛନ୍ତି । କିଛି ମାମଲାରେ, ନମୂନା ଫ୍ରିଜ୍ କରି ଦିଆଯାଇଥିଲା ଏବଂ ଆମ ନିଜେ ଏହାର ଯାଞ୍ଚ ପାଇଁ ସକ୍ଷମ ଥିଲେ ।'
ପଢନ୍ତୁ: ରାଜସ୍ଥାନ ସିଏମ ଭଜନଲାଲ ଶର୍ମା କରୋନା ପଜିଟିଭ୍, କହିଲେ ସେଲ୍ପ ଆଇସୋଲେସନରେ ଅଛି
ଟେଷ୍ଟିଂ ପରେ ଜଣା ପଡ଼ିଥିଲା ଯେ ଟି-ଇଫେକ୍ଟର କୋଷିକା ଅଧିକ ସଂଖ୍ୟାରେ ଥିଲା ଯାହା ଶରୀରରୁ କୋଭିଡ ୧୯ ସଂକ୍ରମଣରୁ ରକ୍ଷା କରିପାରିବ ।ତିନି ଟିକାକରଣ ନେବା ପରେ ବ୍ୟକ୍ତିଙ୍କ ଇମ୍ୟୁନ ସିଷ୍ଟମର ତୁଳନା କରାଯାଇଥିଲା, ଏଥିରେ ୬୨ ବର୍ଷର ବରିଷ୍ଠଙ୍କ ନିକଟରେ ଅଧିକ ଟି-ଇଫେକ୍ଟର କୋଷିକା ଅଧିକ ମିଳିଥିଲା । ଏହା ବ୍ୟତୀତ, ଅଧ୍ୟୟନକାରୀ ଜାଣିବାକୁ ପାଇଥିଲେ ଯେ ପ୍ରଭାବକାରୀ କୋଷିକା ଥକି ନଥିଲେ ।
ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନର ଲେଖକ କ୍ୟାଟରିନା କୋଚର କହିଛନ୍ତି ଯେ ଆମ ପରୀକ୍ଷଣରେ ମେମୋରୀ କୋଷିକା ସଂଖ୍ୟା ସେତିକି ଅଧିକ ଥିଲା ଯେତିକି ନିୟନ୍ତ୍ରଣ ସମୁହରେ ଥିଲା । ମୋଟ ଉପରେ, ଆମେ ଦୁର୍ବଳ ପ୍ରତିରକ୍ଷା ପ୍ରତିକ୍ରିୟାର କୌଣସି ସଂକେତ ମିଳି ନାହିଁ, ବରଂ ଏହାର ବିପରୀତ ଥିଲା ।