ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ... The post ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ appeared first on .
ନନ୍ଦିଘୋଷ ବ୍ୟୁରୋ: ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ଗାଁର ଏକ ଖୋଲା ପଡିଆରେ ପଡିଥିଲା ମୃତଦେହ। ମୃତଦେହ ନିକଟରୁ ମିଳିଛି ସର୍ଭିସ ରିଭଲଭର। କିଏ ଓ କାହିଁକି ଗୁଳି କରିଛି ତାର କାରଣ ଅସ୍ପଷ୍ଟ ରହିଛି। ଦୁଇ ମୃତଦେହକୁ ବିନିକା ଡାକ୍ତରଖାନାରେ ରଖାଯାଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ଥିବାବେଳେ, ଅନ୍ୟ ଜଣେ ତାଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳୀରେ ସୋନପୁର ଏସପି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
The post ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ appeared first on .