କଡା ସୁରକ୍ଷାରେ ଟ୍ରେଜେରୀରେ ରହିଛି ଜବତ ରୁପା, ବୈଧ ବିଲ୍ ନ ଦେଖାଇଲେ ହେବ ସିଜ୍

ସମ୍ବଲପୁର ୧୬।୧୦: ସମ୍ବଲପୁରରୁ ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଜବତ ହୋଇଥିବା ରୁପା ଟ୍ରେଜେରୀକୁ ଯାଇଛି l କଡା ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ୧ କ୍ବିଣ୍ଟାଲ ୬୬ କେଜି ୪୦୯ ଗ୍ରାମ ରୁପା ଟ୍ରେଜେରୀରେ ରହିଛି l ଏହି ରୁପା ନେଇ ଯାଉଥିବା ୩ ଜଣ ଯୁବକଙ୍କୁ ବୁଧବାର ମଧ୍ୟ ପୁଣି ପଚରାଉଚରା କରାଯିବ l ବୈଧ ବିଲ୍ ନଦେଖାଇଲେ ସମସ୍ତ ରୁପା ସିଜ୍ ହେବ l ରୁପା କାହାର ଓ କାହିଁକି ସିକ୍ରେଟ୍ ଚାମ୍ବରରେ ନିଆଯାଉଥିଲା ସେନେଇ ତଦନ୍ତ ହେଉଛି l ମହାରାଷ୍ଟ୍ରରୁ ରାଞ୍ଚିକୁ ରୁପା ପଠାଉଥିବା ପ୍ରକୃତ ମାଲିକଙ୍କୁ ଡକାଯାଇଛି l ସେ ଆସିଲା ପରେ ରୁପାର ବୈଧ ବିଲ୍ ଦେଖାଇବେ l ନଚେତ ନିୟମ ଅନୁଯାୟୀ ରୁପା ଗୁଡିକୁ ନିଲାମ କରିଦିଆଯିବ ବୋଲି ସିଟି ଜିଏସ୍‌ଟି ଡେପୁଟି କମିଶନର ଟେକଚାନ୍ଦ ମେହେର ସୂଚନା ଦେଇଛନ୍ତି lYou Can Read:ବଏଲ୍ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ଗୁରୁତର

କଡା ସୁରକ୍ଷାରେ ଟ୍ରେଜେରୀରେ ରହିଛି ଜବତ ରୁପା, ବୈଧ ବିଲ୍ ନ ଦେଖାଇଲେ ହେବ ସିଜ୍

ସମ୍ବଲପୁର ୧୬।୧୦: ସମ୍ବଲପୁରରୁ ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଜବତ ହୋଇଥିବା ରୁପା ଟ୍ରେଜେରୀକୁ ଯାଇଛି l କଡା ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ୧ କ୍ବିଣ୍ଟାଲ ୬୬ କେଜି ୪୦୯ ଗ୍ରାମ ରୁପା ଟ୍ରେଜେରୀରେ ରହିଛି l ଏହି ରୁପା ନେଇ ଯାଉଥିବା ୩ ଜଣ ଯୁବକଙ୍କୁ ବୁଧବାର ମଧ୍ୟ ପୁଣି ପଚରାଉଚରା କରାଯିବ l ବୈଧ ବିଲ୍ ନଦେଖାଇଲେ ସମସ୍ତ ରୁପା ସିଜ୍ ହେବ l 

ରୁପା କାହାର ଓ କାହିଁକି ସିକ୍ରେଟ୍ ଚାମ୍ବରରେ ନିଆଯାଉଥିଲା ସେନେଇ ତଦନ୍ତ ହେଉଛି l ମହାରାଷ୍ଟ୍ରରୁ ରାଞ୍ଚିକୁ ରୁପା ପଠାଉଥିବା ପ୍ରକୃତ ମାଲିକଙ୍କୁ ଡକାଯାଇଛି l ସେ ଆସିଲା ପରେ ରୁପାର ବୈଧ ବିଲ୍ ଦେଖାଇବେ l ନଚେତ ନିୟମ ଅନୁଯାୟୀ ରୁପା ଗୁଡିକୁ ନିଲାମ କରିଦିଆଯିବ ବୋଲି ସିଟି ଜିଏସ୍‌ଟି ଡେପୁଟି କମିଶନର ଟେକଚାନ୍ଦ ମେହେର ସୂଚନା ଦେଇଛନ୍ତି l

You Can Read:

ବଏଲ୍ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ଗୁରୁତର