ଋଷ୍-ୟୁକ୍ରେନ୍ ଯୁଦ୍ଧ; ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଆଦେଶ, ୧,୫୦,୦୦୦ ନାଗରିକଙ୍କୁ ଆର୍ମି ଟ୍ରେନିଂ

ନୂଆଦିଲ୍ଲୀ: ଯୁଦ୍ଧଭୂମିରେ ଋଷ୍‌ର ବସନ୍ତ ଭର୍ତ୍ତି ଅଭିଯାନ । ସେନାରେ ନିୟମିତ ନିଯୁକ୍ତି ଆଦେଶ ପାରିତ କଲେ ପୁଟିନ୍ ସରକାର । ଏହି ବିଜ୍ଞପ୍ତି ଅନୁଯାୟୀ, ଦେଢ ଲକ୍ଷ ନାଗରିକଙ୍କୁ ଆର୍ମି ସର୍ଭିସରେ ସାମିଲ କରାଯିବ । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ମୁତାବକ, ରବିବାର କ୍ରେମଲିନ୍ ଓ୍ବେବସାଇଟରେ ସରକାର ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଋଷର ସମସ୍ତ ନାଗରିକ ୧୮ ବର୍ଷ ବୟସରେ ପହଞ୍ଚିବା ପରେ ଉଚ୍ଚଶିକ୍ଷା ଗ୍ରହଣ ସମୟରେ ଗୋଟିଏ ବର୍ଷ ମିଲଟାରୀ ସର୍ଭିସ୍ ବା ଏହାର ସମକକ୍ଷ ତାଲିମ୍ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଗତ ଜୁଲାଇ ମାସରେ ଋଷ ସଂସଦର ନିମ୍ନ ପ୍ରକୋଷ୍ଠରେ ପୁରୁଷଙ୍କ ସର୍ବାଧିକ ଚାକିରି ବୟସକୁ ୧୭ରୁ ୩୦ ବର୍ଷ କରିବାକୁ ଏକ ସଂଶୋଧନ ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ସଂଶୋଧନ ଚଳିତ ବର୍ଷ ଜାନୁଆରୀରୁ ଲାଗୁ ହୋଇଛି । ଯେଉଁଥିରେ ବାଧ୍ୟତାମୂଳକ ଆର୍ମି ସର୍ଭିସରେ ବ୍ୟାପକ ଭର୍ତ୍ତି ପାଇଁ ଅମୁମତି ମିଳିଛି।  ଋଷରେ ନାଗରିକଙ୍କ ପାଇଁ ବାଧ୍ୟତା ମୂଳକ ଆର୍ମି ଚାକିରି ଏକ ସମ୍ବେଦନଶୀଳ ବିଷୟ । କିଛି ଲୋକ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ସାହାର ନେଉଛନ୍ତି । ବାଧ୍ୟତାମୂକ ପ୍ରତିରକ୍ଷା ଚାକିରିରେ ଭର୍ତ୍ତି ପାଇଁ ସୈନିକଙ୍କୁ ଋଷ୍ ବାହାରେ ଯୁଦ୍ଧ ଅଭିଯାନରେ ମୁତୟନ ପାଇଁ ଆଇନରେ ପ୍ରତିବନ୍ଧକ ଲାଗିଛି । ମାତ୍ର ୨୦୨୨ରେ ଏହାକୁ ଆଶିଂକ ସମ୍ପ୍ରସାରଣ କରାଯାଇଥିଲା। ଗତ ଆର୍ମି ଟ୍ରେନିଂ ବେଳେ ୩ଲକ୍ଷ ଲୋକଙ୍

ଋଷ୍-ୟୁକ୍ରେନ୍ ଯୁଦ୍ଧ; ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଆଦେଶ, ୧,୫୦,୦୦୦ ନାଗରିକଙ୍କୁ ଆର୍ମି ଟ୍ରେନିଂ

ନୂଆଦିଲ୍ଲୀ: ଯୁଦ୍ଧଭୂମିରେ ଋଷ୍‌ର ବସନ୍ତ ଭର୍ତ୍ତି ଅଭିଯାନ । ସେନାରେ ନିୟମିତ ନିଯୁକ୍ତି ଆଦେଶ ପାରିତ କଲେ ପୁଟିନ୍ ସରକାର । ଏହି ବିଜ୍ଞପ୍ତି ଅନୁଯାୟୀ, ଦେଢ ଲକ୍ଷ ନାଗରିକଙ୍କୁ ଆର୍ମି ସର୍ଭିସରେ ସାମିଲ କରାଯିବ । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ମୁତାବକ, ରବିବାର କ୍ରେମଲିନ୍ ଓ୍ବେବସାଇଟରେ ସରକାର ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । 

ଋଷର ସମସ୍ତ ନାଗରିକ ୧୮ ବର୍ଷ ବୟସରେ ପହଞ୍ଚିବା ପରେ ଉଚ୍ଚଶିକ୍ଷା ଗ୍ରହଣ ସମୟରେ ଗୋଟିଏ ବର୍ଷ ମିଲଟାରୀ ସର୍ଭିସ୍ ବା ଏହାର ସମକକ୍ଷ ତାଲିମ୍ ନେବାକୁ ବାଧ୍ୟତାମୂଳକ କରାଯାଇଛି । 

ଗତ ଜୁଲାଇ ମାସରେ ଋଷ ସଂସଦର ନିମ୍ନ ପ୍ରକୋଷ୍ଠରେ ପୁରୁଷଙ୍କ ସର୍ବାଧିକ ଚାକିରି ବୟସକୁ ୧୭ରୁ ୩୦ ବର୍ଷ କରିବାକୁ ଏକ ସଂଶୋଧନ ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ସଂଶୋଧନ ଚଳିତ ବର୍ଷ ଜାନୁଆରୀରୁ ଲାଗୁ ହୋଇଛି । ଯେଉଁଥିରେ ବାଧ୍ୟତାମୂଳକ ଆର୍ମି ସର୍ଭିସରେ ବ୍ୟାପକ ଭର୍ତ୍ତି ପାଇଁ ଅମୁମତି ମିଳିଛି।  ଋଷରେ ନାଗରିକଙ୍କ ପାଇଁ ବାଧ୍ୟତା ମୂଳକ ଆର୍ମି ଚାକିରି ଏକ ସମ୍ବେଦନଶୀଳ ବିଷୟ । କିଛି ଲୋକ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ସାହାର ନେଉଛନ୍ତି । 

ବାଧ୍ୟତାମୂକ ପ୍ରତିରକ୍ଷା ଚାକିରିରେ ଭର୍ତ୍ତି ପାଇଁ ସୈନିକଙ୍କୁ ଋଷ୍ ବାହାରେ ଯୁଦ୍ଧ ଅଭିଯାନରେ ମୁତୟନ ପାଇଁ ଆଇନରେ ପ୍ରତିବନ୍ଧକ ଲାଗିଛି । ମାତ୍ର ୨୦୨୨ରେ ଏହାକୁ ଆଶିଂକ ସମ୍ପ୍ରସାରଣ କରାଯାଇଥିଲା। ଗତ ଆର୍ମି ଟ୍ରେନିଂ ବେଳେ ୩ଲକ୍ଷ ଲୋକଙ୍କୁ ୟୁକ୍ରେନରେ ଯୁଦ୍ଧ ପାଇଁ ଡାକିଥିଲେ । ଏହାର ଅନେକ ଉଦାହରଣ ରହିଛି ଯେଉଁଠି ସିପାହୀଙ୍କୁ ସମ୍ବେନ୍ଦଶୀଳ ସ୍ଥାନରେ ମୁତୟନ କରାଯାଉଛି । 

ଏଲଓସିରେ ପର୍ଯ୍ୟଟକଙ୍କ ପାଇଁ ଏସି ବଙ୍କର; ଭେଦ କରି ପାରିବନି ଶତ୍ରୁର ଗୁଳି

ସେପ୍ଟେମ୍ବର ମସାରେ ରାଷ୍ଟ୍ରପତି ପୁଟିନ୍ ଶରତକାଳୀନ ଅଭିଯାନ ପାଇଁ ୧,୩୦,୦୦୦ ଲୋକଙ୍କୁ ଭର୍ତ୍ତି ନେଇ ମଞ୍ଜୁରୀ ଦେଇଥିଲେ । ସେହିପରି ଗତ ବର୍ଷ ବସନ୍ତ ଅଭିଯାନରେ ୧,୪୭,୦୦୦ ନାଗରିକଙ୍କୁ ଏହି ଯୋଜାନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।