ଦୀର୍ଘ ସମୟ ତିନି ଫର୍ମାଟରେ ଖେଳିବା ମୁସ୍କିଲ, ଇଂଲଣ୍ଡ ସିରିଜ୍ ପୂର୍ବରୁ ବୁମରାଙ୍କ ବଡ ବୟାନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଯଶପ୍ରୀତ ବୁମରା ଇଂଲଣ୍ଡରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ୍କୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି। ସେ ସ୍ଵୀକାର କରିଛନ୍ତି ଯେ, ଦୀ୍ର୍ଘ ସମୟ ଧରି ତିନି ଫର୍ମାଟ୍ରେ ଖେଳିବା ମୁସ୍କିଲ। ସେ କହିଛନ୍ତି, ଆଗାମୀ ସମୟରେ ତାଙ୍କୁ ଅଧିକ ସିଲେକ୍ଟିଭ ହେବାକୁ ପଡ଼ିବ। ଉଲ୍ଲେଖନୀୟ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ ଯେ, ବୁମରା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଖେଳିବା ପାଇଁ ଉପଲବ୍ଧରହି ନ ପାରନ୍ତି।  ଏକ ପୋଡକାଷ୍ଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ  ମାଇକେଲ୍ କ୍ଲାର୍କଙ୍କ ସହ ଆଲୋଚନା ବେଳେ ବୁମରା କହିଛନ୍ତି, କୌଣସି ବି ଖେଳାଳିଙ୍କ ପାଇଁ ସବୁ ଫର୍ମାଟ୍ ଖେଳିବା ସହଜ ନୁହେଁ। ନିଜ ଶରୀରର ସ୍ଥିତି ଦେଖି କେଉଁ ଟୁର୍ଣ୍ଣାମେଣ୍ଟକୁ ପ୍ରାଥମିକତା ଦେବା ଉଚିତ୍ ତାହା ବୁଝିବା ଜରୁରୀ। ୩୧ ବର୍ଷୀୟ ବୁମରା ଏ ପର୍ଯ୍ୟନ୍ତ ୪୫ ଟେଷ୍ଟ, ୮୯ ଦିନିକିଆ ଓ ୭୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ଏହା ବ୍ୟତୀତ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୪୩ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ବୁମରା କହିଛନ୍ତି, ଆପଣଙ୍କୁ କିଛିଟା ସ୍ମାର୍ଟ ହେବାକୁ ପଡ଼ିବ ଏବଂ ନିଜ ଶରୀରର ବ୍ୟବହାର ବୁଝି ବିଚାରି କରିବାକୁ ପଡ଼ିବ। ଜଣେ କ୍ରିକେଟର ଭାବେ ମୁଁ କେବେ କିଛି ଛାଡ଼ିବାକୁ ଚାହେଁ ନାହିଁ ଏବଂ ସର୍ବଦା ଖେଳିବାକୁ ଚାହେଁ। ବର୍ତ୍ତମାନ ମୁଁ ଠ

ଦୀର୍ଘ ସମୟ ତିନି ଫର୍ମାଟରେ ଖେଳିବା ମୁସ୍କିଲ, ଇଂଲଣ୍ଡ ସିରିଜ୍ ପୂର୍ବରୁ ବୁମରାଙ୍କ ବଡ ବୟାନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଯଶପ୍ରୀତ ବୁମରା ଇଂଲଣ୍ଡରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ୍କୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି। ସେ ସ୍ଵୀକାର କରିଛନ୍ତି ଯେ, ଦୀ୍ର୍ଘ ସମୟ ଧରି ତିନି ଫର୍ମାଟ୍ରେ ଖେଳିବା ମୁସ୍କିଲ। ସେ କହିଛନ୍ତି, ଆଗାମୀ ସମୟରେ ତାଙ୍କୁ ଅଧିକ ସିଲେକ୍ଟିଭ ହେବାକୁ ପଡ଼ିବ। ଉଲ୍ଲେଖନୀୟ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ ଯେ, ବୁମରା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଖେଳିବା ପାଇଁ ଉପଲବ୍ଧରହି ନ ପାରନ୍ତି।  

ଏକ ପୋଡକାଷ୍ଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ  ମାଇକେଲ୍ କ୍ଲାର୍କଙ୍କ ସହ ଆଲୋଚନା ବେଳେ ବୁମରା କହିଛନ୍ତି, କୌଣସି ବି ଖେଳାଳିଙ୍କ ପାଇଁ ସବୁ ଫର୍ମାଟ୍ ଖେଳିବା ସହଜ ନୁହେଁ। ନିଜ ଶରୀରର ସ୍ଥିତି ଦେଖି କେଉଁ ଟୁର୍ଣ୍ଣାମେଣ୍ଟକୁ ପ୍ରାଥମିକତା ଦେବା ଉଚିତ୍ ତାହା ବୁଝିବା ଜରୁରୀ। ୩୧ ବର୍ଷୀୟ ବୁମରା ଏ ପର୍ଯ୍ୟନ୍ତ ୪୫ ଟେଷ୍ଟ, ୮୯ ଦିନିକିଆ ଓ ୭୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ଏହା ବ୍ୟତୀତ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୪୩ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। 

ବୁମରା କହିଛନ୍ତି, ଆପଣଙ୍କୁ କିଛିଟା ସ୍ମାର୍ଟ ହେବାକୁ ପଡ଼ିବ ଏବଂ ନିଜ ଶରୀରର ବ୍ୟବହାର ବୁଝି ବିଚାରି କରିବାକୁ ପଡ଼ିବ। ଜଣେ କ୍ରିକେଟର ଭାବେ ମୁଁ କେବେ କିଛି ଛାଡ଼ିବାକୁ ଚାହେଁ ନାହିଁ ଏବଂ ସର୍ବଦା ଖେଳିବାକୁ ଚାହେଁ। ବର୍ତ୍ତମାନ ମୁଁ ଠିକ୍ ଅଛି, ମାତ୍ର ମୁଁ କୌଣସି ଟାର୍ଗେଟ୍ ନିର୍ଦ୍ଧାରିତ କରେ ନାହିଁ ଯେ, ମୋତେ କେତେ ମ୍ୟାଚ୍ ଖେଳିବାର ଅଛି ଏବଂ କେତେ ଓ୍ଵିକେଟ୍ ନେବାର ଅଛି। 

ବୁମରା ୨୦୨୮ ଲସ ଏଞ୍ଜଲେସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ଵ  କରିବା ନିଜର ଇଚ୍ଛା ପରି ପ୍ରକାଶ କରିଛନ୍ତି। ୧୯୦୦ ମସିହା ପରେ ପ୍ରଥମ ଥର ୨୦୨୮ରେ କ୍ରିକେଟ୍କୁ ଅଲିମ୍ପିକ୍ସରେ ସାମିଲ କରାଯିବ। ବୁମରା କହିଛନ୍ତି, ଏ ପର୍ଯ୍ୟନ୍ତ ଯାତ୍ରା ଠିକ୍ ଚାଲିଛି। ଯେଉଁ ଦିନ ମୋତେ ଲାଗିବ ମୋର ଉତ୍ସାହ ସରିଗଲା କିମ୍ବା ଶରୀର ସମର୍ଥନ ଦେଉନି ତେବେ ନିଷ୍ପତ୍ତି ନେବାକୁ ପଡ଼ିବ।