ହରିୟାଣା: ବିଧାୟକ ରାକେଶ ଦୌଲତାବାଦଙ୍କ ପରଲୋକ, ସକାଳେ ହୋଇଥିଲା ହୃଦଘାତ

ଗୁରୁଗ୍ରାମ ୨୫।୫: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗୁରୁଗ୍ରାମ ବାଦଶାହପୁରରୁ ସ୍ୱାଧୀନ ବିଧାୟକ ରାକେଶ ଦୌଲତାବାଦ (୪୫)ଙ୍କର ଶନିବାର ହୃଦଘାତରେ ମୃତ୍ୟୁ ହୋଇଛି।  ପୂର୍ବାହ୍ନ ସାଢେ ୧୦ଟା ବେଳେ ସେ ଅଚାନକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପାଲମବିହାରସ୍ଥିତ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ଚିକିତ୍ସା ହେବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାକେଶ ଦୌଲତାବାଦ ୨୦୧୯ ନିର୍ବାଚନରେ ବାଦଶାହପୁର ବିଧାନସଭା ଆସନରୁ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ମନିଷ ଯାଦବଙ୍କୁ ନିର୍ବାଚନରେ ହରାଇଥିଲେ। ତେବେ ସରକାରରେ ସେ ବିଜେପିକୁ ସମର୍ଥନ କରିଥିଲେ। ଜଣେ ସମାଜସେବୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ହରିୟାଣା ବିଧାନସଭାରେ ଦେଖା ଦେଇଥିବା ସଂକଟରେ ମଧ୍ୟ ବିଜେପି ପ୍ରତି ତାଙ୍କର ସମର୍ଥନ ଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ରାକେଶଙ୍କ ପରଲୋକରେ ଶୋକ ପ୍ରକଟ କରିଛନ୍ତି। ଗୁରୁଗ୍ରାମ ସଂସଦୀୟ ଆସନରେ କଂଗ୍ରେସ ପ୍ରାର୍ଥୀ ରାଜ ବବ୍ବର ମଧ୍ୟ ରାକେଶ ଦୈଲତାବାଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାକେଶଙ୍କ ପରଲୋକ ଖବର ପାଇ ଜେଜେପି ଲୋକସଭା ପ୍ରାର୍ଥୀ ରାହୁଲ ଫାଜିଲପୁରିଆ ଓ ବିଜେପି ନେତା ମୁକେଶ ପହଲବାନ ହସ୍ପିଟାଲ ପହଞ୍ଚି ଥିଲେ। ରାକେଶ ବାଦଶାହପୁରରୁ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ଟିକେଟରେ ଦୁଇ ଥର ବିଧାନସଭା ନିର୍ବାଚନ ଲଢିଥିଲେ। ହେଲ

ହରିୟାଣା: ବିଧାୟକ ରାକେଶ ଦୌଲତାବାଦଙ୍କ ପରଲୋକ, ସକାଳେ ହୋଇଥିଲା ହୃଦଘାତ

ଗୁରୁଗ୍ରାମ ୨୫।୫: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗୁରୁଗ୍ରାମ ବାଦଶାହପୁରରୁ ସ୍ୱାଧୀନ ବିଧାୟକ ରାକେଶ ଦୌଲତାବାଦ (୪୫)ଙ୍କର ଶନିବାର ହୃଦଘାତରେ ମୃତ୍ୟୁ ହୋଇଛି।  ପୂର୍ବାହ୍ନ ସାଢେ ୧୦ଟା ବେଳେ ସେ ଅଚାନକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପାଲମବିହାରସ୍ଥିତ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ଚିକିତ୍ସା ହେବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

ରାକେଶ ଦୌଲତାବାଦ ୨୦୧୯ ନିର୍ବାଚନରେ ବାଦଶାହପୁର ବିଧାନସଭା ଆସନରୁ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ମନିଷ ଯାଦବଙ୍କୁ ନିର୍ବାଚନରେ ହରାଇଥିଲେ। ତେବେ ସରକାରରେ ସେ ବିଜେପିକୁ ସମର୍ଥନ କରିଥିଲେ। ଜଣେ ସମାଜସେବୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ହରିୟାଣା ବିଧାନସଭାରେ ଦେଖା ଦେଇଥିବା ସଂକଟରେ ମଧ୍ୟ ବିଜେପି ପ୍ରତି ତାଙ୍କର ସମର୍ଥନ ଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ରାକେଶଙ୍କ ପରଲୋକରେ ଶୋକ ପ୍ରକଟ କରିଛନ୍ତି। 

ଗୁରୁଗ୍ରାମ ସଂସଦୀୟ ଆସନରେ କଂଗ୍ରେସ ପ୍ରାର୍ଥୀ ରାଜ ବବ୍ବର ମଧ୍ୟ ରାକେଶ ଦୈଲତାବାଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାକେଶଙ୍କ ପରଲୋକ ଖବର ପାଇ ଜେଜେପି ଲୋକସଭା ପ୍ରାର୍ଥୀ ରାହୁଲ ଫାଜିଲପୁରିଆ ଓ ବିଜେପି ନେତା ମୁକେଶ ପହଲବାନ ହସ୍ପିଟାଲ ପହଞ୍ଚି ଥିଲେ। ରାକେଶ ବାଦଶାହପୁରରୁ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ଟିକେଟରେ ଦୁଇ ଥର ବିଧାନସଭା ନିର୍ବାଚନ ଲଢିଥିଲେ। ହେଲେ ଦୁଇଥର ଜାକ ତାଙ୍କୁ ହାରର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ସେ ସ୍ୱାଧୀନ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।