ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା
ଛତ୍ରପୁର,୮ା୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଛତ୍ରପୁର ସହର ମୁଖ୍ୟ ବଜାର ରାସ୍ତାରୁ ଗୁରୁବାର ଜଣେ ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ବ୍ୟାଗରୁ ୫୫ ହଜାର ଟଙ୍କା ଲୁଟ ହୋଇଛି। ଲୁଟର ଶିକାର ହୋଇଥିବା ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ଦିବ୍ୟସିଂହପୁର ଗାଁର ତଥା ମହାନାଦପୁର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ନୀଳକଣ୍ଠ ଶତପଥୀ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଛତ୍ରପୁର ଥାନା ଏସ୍ଆଇ ବିନୟ କୁମାର ଦାଶ ପୋଲିସ ଟିମ୍ ସହ ଘଟଣାସ୍ଥଳରେ […] The post ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା appeared first on Dharitri Odia News.
ଛତ୍ରପୁର,୮ା୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଛତ୍ରପୁର ସହର ମୁଖ୍ୟ ବଜାର ରାସ୍ତାରୁ ଗୁରୁବାର ଜଣେ ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ବ୍ୟାଗରୁ ୫୫ ହଜାର ଟଙ୍କା ଲୁଟ ହୋଇଛି। ଲୁଟର ଶିକାର ହୋଇଥିବା ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ଦିବ୍ୟସିଂହପୁର ଗାଁର ତଥା ମହାନାଦପୁର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ନୀଳକଣ୍ଠ ଶତପଥୀ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଛତ୍ରପୁର ଥାନା ଏସ୍ଆଇ ବିନୟ କୁମାର ଦାଶ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶିକ୍ଷକ ନୀଳକଣ୍ଠ ଛତ୍ରପୁର ଏସବିଆଇ ବଜାର ଶାଖାରୁ ୫୫ ହଜାର ଟଙ୍କା ଉଠାଇ ନିଜ ବାଇକ (ନଂ.ଓଡ଼ି ୦୭ ଏଭି ୭୧୧୪) ଡିକିରେ ରଖିଥିଲେ। ବ୍ୟାଙ୍କଠାରୁ କିଛି ଦୂର ଯାଇ ଏକ କସ୍ମେଟିକ ଦୋକାନ ଆଗରେ ବାଇକ୍ ରଖି ସେ କିଛି କିଣିବାକୁ ଯାଇଥିଲେ। ସେ ବାଇକ ପାଖକୁ ଆସିବାରେ ଡିକି ଭାଙ୍ଗିଥିବା ଓ ସେଥିରେ ୫୫ ହଜାର ଟଙ୍କା ନ ଥିବା ଦେଖିଥିଲେ। ଅଭିଯୋଗ ପରେ ପୋଲିସ ଟିମ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କ ସହ ଆଲୋଚନା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। କସ୍ମେଟିକ ଦୋକାନ ଆଖପାଖର ଅନ୍ୟ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା। ୪ ଜଣ ଦୃର୍ବୁତ୍ତ ୨ଟି ବାଇକରେ ଆସି ବ୍ୟାଙ୍କରେ ଶିକ୍ଷକ ଟଙ୍କା ଉଠାଉଥିବା ଦେଖିଥିଲେ। ସେମାନେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଶିକ୍ଷକ ଜଣକ ବ୍ୟାଙ୍କରୁ ଉଠାଇଥିବା ଟଙ୍କା ସୋସାଇଟି ଋଣ ଶୁଝିଥାନ୍ତେ ବୋଲି କହିଛନ୍ତି।
The post ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା appeared first on Dharitri Odia News.