ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା

କାଠମାଣ୍ଡୁ/ନୂଆଦିଲ୍ଲୀ,୧୬।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସେ କହିଛନ୍ତି, ନେପାଳ-ଭାରତ ସମ୍ପର୍କକୁ ମଜଭୁତ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ତାଙ୍କ ବିବୃତ୍ତିରେ ଚାଇନା ମଧ୍ୟ ଅସୁବିଧାରେ ପଡିପାରେ କାରଣ ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ […] The post ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା appeared first on Dharitri Odia News.

ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା

କାଠମାଣ୍ଡୁ/ନୂଆଦିଲ୍ଲୀ,୧୬।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସେ କହିଛନ୍ତି, ନେପାଳ-ଭାରତ ସମ୍ପର୍କକୁ ମଜଭୁତ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ତାଙ୍କ ବିବୃତ୍ତିରେ ଚାଇନା ମଧ୍ୟ ଅସୁବିଧାରେ ପଡିପାରେ କାରଣ ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ ଶର୍ମା ଓଲି ଚାଇନାର ଦୃଢ ସମର୍ଥକ ଭାବେ ଜଣାଶୁଣା।
ଚତୁର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାର ଜବାବରେ ଓଲି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ। ପାରସ୍ପରିକ ଲାଭ ପାଇଁ ନେପାଳ-ଭାରତ ସମ୍ପର୍କକୁ ମଜଭୁତ କରିବା ପାଇଁ ମୁଁ ଆପଣଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ମିଳିତ ଭାବେ ଆମେ ଆମର ଐତିହାସିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇପାରିବା।
ପ୍ରଧାନମନ୍ତ୍ରୀ ହେବା ପରେ ଶର୍ମା ଓଲିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଆମର ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଗଭୀର ସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଆମ ଲୋକଙ୍କ ଅଗ୍ରଗତି ତଥା ସମୃଦ୍ଧତା ପାଇଁ ପାରସ୍ପରିକ ଲାଭଦାୟକ ସହଯୋଗକୁ ଆହୁରି ବଢାଇବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ।

The post ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା appeared first on Dharitri Odia News.