ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର
ବୌଦ୍ଧ,୨୦।୧୨(ଅଜିତ୍ ବାରିକ): ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲାର ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ। ମିଳିଥିବା ସୂଚନା ମୁତାବକ, ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ଏବଂ ଆଦିତ୍ୟ ବାଉଁଶୁଣି ଅଞ୍ଚଳର ଜଣେ ବୁଣାକାରଙ୍କ ଫାଇଲ ପ୍ରକ୍ରିୟାକରଣ ଏବଂ ଟଙ୍କା ମଞ୍ଜୁରୀ କରାଇ ଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବୁଣାକାର ଜଣକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି […] The post ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର appeared first on Dharitri Odia News.
ବୌଦ୍ଧ,୨୦।୧୨(ଅଜିତ୍ ବାରିକ): ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲାର ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ।
ମିଳିଥିବା ସୂଚନା ମୁତାବକ, ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ଏବଂ ଆଦିତ୍ୟ ବାଉଁଶୁଣି ଅଞ୍ଚଳର ଜଣେ ବୁଣାକାରଙ୍କ ଫାଇଲ ପ୍ରକ୍ରିୟାକରଣ ଏବଂ ଟଙ୍କା ମଞ୍ଜୁରୀ କରାଇ ଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବୁଣାକାର ଜଣକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ଶୁକ୍ରବାର ଟେକ୍ସଟାଇଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଛପି ରହିଥିଲେ। ବୁଣାକାର ଜଣକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ। ଅଧିକାରୀମାନେ ଲାଞ୍ଚ ଟଙ୍କା ଜବତ କରି ଇନ୍ସପେକ୍ଟର ସାହୁ ଏବଂ ଦାସଙ୍କୁ କାବୁ କରି ନେଇଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଇନ୍ସପେକ୍ଟରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି।
The post ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର appeared first on Dharitri Odia News.