ଆଇସିସି ଟେଷ୍ଟ ରାଙ୍କି : ବ୍ୟାଟିଂରେ ଖସିଲେ ଜୈସ୍ୱାଲ୍, ବୋଲିଂରେ ଟପ୍ରେ ବୁମ୍ରା
ଦୁବାଇ ୦୫।୧୨ : ପ୍ରକାଶ ପାଇଲା ଆଇସିସି ଟେଷ୍ଟର ବ୍ୟାଟିଂ ଓ ବୋଲିଂ ରାଙ୍କି। ଏହି ତାଲିକାରେ ଭାରତୀୟ ଖେଳାଳିଙ୍କ ଅବନତି ହୋଇଛି। ଗତ ସପ୍ତାହରେ ଭାରତୀୟ ଦଳର କୌଣସି ମ୍ୟାଚ୍ ନଥିବାରୁ ଏଭଳି ଅବନତି ଦେଖିବାକୁ ମିଳିଛି।ପୂର୍ବ ସପ୍ତାହରେ ବ୍ୟାଟିଂ ମାନ୍ୟତା ତାଲିକାର ୨ୟ ସ୍ଥାନରେ ରହିଥିବା ଯଶସ୍ୱୀ ଜୈସ୍ୱାଲ୍ ଚତୁର୍ଥକୁ ଖସିଛନ୍ତି। ତାଙ୍କ ସ୍ଥାନ ମାଡ଼ି ବସିଛନ୍ତି ଇଂଲଣ୍ଡର ହ୍ୟାରୀ ବ୍ରୁକ୍। ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୧ ରନ୍ର ଇନିଂସ ଖେଳିଥିଲେ। ଏହି ଶତକ ତାଙ୍କୁ ମାନ୍ୟତା ତାଲିକାର ୨ୟ ସ୍ଥାନରେ ପହଞ୍ଚାଇ ଦେଇଥିଲା। ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ । ଜୋ ରୁଟ୍ ଉକ୍ତ ଟେଷ୍ଟରେ ଯଥାକ୍ରମେ ୦ ଓ ୨୩ ରନ୍ ସଂଗ୍ରହ କରିଥିଲେ । ତଥାପି ତାଙ୍କ ମାନ୍ୟତା ପ୍ରଭାବିତ ହୋଇନଥିଲା । ସେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ। ଏବେ ରୁଟ୍ ଓ ବ୍ରୁକ୍ଙ୍କ ମଧ୍ୟରେ ୪୧ ପଏଣ୍ଟର ବ୍ୟବଧାନ ରହିଛି । ରୁଟ୍ ୮୯୫ ଓ ବ୍ରୁକ୍ ୮୫୪ ପଏଣ୍ଟ ଅର୍ଜନ କରିଛନ୍ତି । ନ୍ୟୁଜିଲାଣ୍ଡର କେନ ୱିଲିୟମସନ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୯୩ ଓ ୬୧ ରନ୍ର ଇନିଂସ ଖେଳିଥିଲେ। ଜୈସ୍ୱାଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଭାବେ ରିଷଭ ପନ୍ତ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ବଜାୟ ରଖିଛନ୍ତି । ସେ ଷଷ୍ଠ ସ୍ଥାନ ବଜାୟ ରଖିଛନ
ଦୁବାଇ ୦୫।୧୨ : ପ୍ରକାଶ ପାଇଲା ଆଇସିସି ଟେଷ୍ଟର ବ୍ୟାଟିଂ ଓ ବୋଲିଂ ରାଙ୍କି। ଏହି ତାଲିକାରେ ଭାରତୀୟ ଖେଳାଳିଙ୍କ ଅବନତି ହୋଇଛି। ଗତ ସପ୍ତାହରେ ଭାରତୀୟ ଦଳର କୌଣସି ମ୍ୟାଚ୍ ନଥିବାରୁ ଏଭଳି ଅବନତି ଦେଖିବାକୁ ମିଳିଛି।
ପୂର୍ବ ସପ୍ତାହରେ ବ୍ୟାଟିଂ ମାନ୍ୟତା ତାଲିକାର ୨ୟ ସ୍ଥାନରେ ରହିଥିବା ଯଶସ୍ୱୀ ଜୈସ୍ୱାଲ୍ ଚତୁର୍ଥକୁ ଖସିଛନ୍ତି। ତାଙ୍କ ସ୍ଥାନ ମାଡ଼ି ବସିଛନ୍ତି ଇଂଲଣ୍ଡର ହ୍ୟାରୀ ବ୍ରୁକ୍। ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୧ ରନ୍ର ଇନିଂସ ଖେଳିଥିଲେ। ଏହି ଶତକ ତାଙ୍କୁ ମାନ୍ୟତା ତାଲିକାର ୨ୟ ସ୍ଥାନରେ ପହଞ୍ଚାଇ ଦେଇଥିଲା। ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ । ଜୋ ରୁଟ୍ ଉକ୍ତ ଟେଷ୍ଟରେ ଯଥାକ୍ରମେ ୦ ଓ ୨୩ ରନ୍ ସଂଗ୍ରହ କରିଥିଲେ । ତଥାପି ତାଙ୍କ ମାନ୍ୟତା ପ୍ରଭାବିତ ହୋଇନଥିଲା । ସେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ। ଏବେ ରୁଟ୍ ଓ ବ୍ରୁକ୍ଙ୍କ ମଧ୍ୟରେ ୪୧ ପଏଣ୍ଟର ବ୍ୟବଧାନ ରହିଛି । ରୁଟ୍ ୮୯୫ ଓ ବ୍ରୁକ୍ ୮୫୪ ପଏଣ୍ଟ ଅର୍ଜନ କରିଛନ୍ତି । ନ୍ୟୁଜିଲାଣ୍ଡର କେନ ୱିଲିୟମସନ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୯୩ ଓ ୬୧ ରନ୍ର ଇନିଂସ ଖେଳିଥିଲେ। ଜୈସ୍ୱାଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଭାବେ ରିଷଭ ପନ୍ତ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ବଜାୟ ରଖିଛନ୍ତି । ସେ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି ।
ସେହିପରି ପର୍ଥ ଟେଷ୍ଟରେ ଶତକ ସତ୍ତେ୍ୱ ବିରାଟ କୋହଲିଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଅବନତି ହୋଇଛି ଓ ସେ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶୁଭମନ ଗିଲ୍ ୧୮ ଓ ରୋହିତ ଶର୍ମା ୨୬ ତମ ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ ବୋଲିଂ ବିଭାଗରେ ଭାରତୀୟଙ୍କ ଆଧିପତ୍ୟ ବଜାୟ ରହିଛି। ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ରବଚନ୍ଦ୍ରନ ଅଶ୍ୱିନ ଚତୁର୍ଥ ଓ ରବିନ୍ଦ୍ର ଜାଡେଜା ଷଷ୍ଠ ସ୍ଥାନରେ ରହିଛନ୍ତି। ବାକି ଟପ୍-୧୦ ଅଲରାଉଣ୍ଡର ରାଙ୍କିରେ ଶୀର୍ଷରେ ରହିଛନ୍ତି ରବିନ୍ଦ୍ର ଜାଡେଜା । ୪୨୩ ପଏଣ୍ଟ ସହ ତାଲିକାରେ ଶୀର୍ଷରେ ରହିଥିବା ବେଳେ ମାର୍କ ୟାନସେନ୍ ୨୯୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି । ବାକି ରବିଚନ୍ଦ୍ରନ ଅଶ୍ୱିନୀ ୨୯୦ ପଏଣ୍ଟ ସହ ତୃତୀୟ ସ୍ଥାନ, ସାକିବ ଅଲ୍ ହାସନ ୨୬୯ ପଏଣ୍ଟ ସହ ୪ର୍ଥ ସ୍ଥାନ, ମେହେନ୍ଦୀ ହସନ ୨୬୯ ପଏମ୍ଟ ସହ ୫ମ ସ୍ଥାନ, ଜାସନ ହୋଲଡର, ୬ଷ୍ଠ ସ୍ଥାନ, ଜୋ ରୁଟ୍ ୭ମ ସ୍ଥାନ, ଅକ୍ଷର ପଟେଲ ୮ମ ସ୍ଥାନ, ପାଟ୍ କମିନ୍ସ ୯ମ ସ୍ଥାନ, କ୍ରିସ୍ ଓ୍ୱକ୍ସ ୧୦ମ ସ୍ଥାନରେ ରହିଛନ୍ତି ।