ରବି ଶାସ୍ତ୍ରୀ ଓ ଶୁଭମନ ଗିଲ୍‌ଙ୍କୁ ସମ୍ମାନିତ କରିବ ବିସିସିଆଇ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଓ ଯୁବ ଷ୍ଟାର୍ ବ୍ୟାଟର ଶୁଭମନ ଗିଲ୍‌ଙ୍କୁ ସମ୍ମାନିତ କରିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ। ୨୦୨୩ରେ ଗିଲ୍‌ ଭଲ ପ୍ରଦର୍ଶନ କରିଥିବାରୁ  ବିସିସିଆଇ ତାଙ୍କୁ ବଡ଼ ପୁରସ୍କାର ଦେବ। ରିପୋର୍ଟ ଅନୁସାରେ, ବିସିସିଆଇ ରବି ଶାସ୍ତ୍ରୀଙ୍କୁ 'ଲାଇଫ୍‌ଟାଇମ୍ ଆଚିଭମେଣ୍ଟ ଆୱାର୍ଡ' ସମ୍ମାନିତ କରିବ। ସେହିପରି ଶୁଭମଗିଲ୍‌ଙ୍କର ୨୦୨୩ରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯିବ। ଶୁଭମନ ଗିଲ ଗତ ୧୨ ମାସ ମଧ୍ୟରେ ଦିନିକିଆରେ ପାଞ୍ଚଟି ଶତକ ମାରିଛନ୍ତି। ସେହିପରି ଦିନିକିଆ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ଗିଲ୍ ଦ୍ରୁତତମ ଦୁଇ ହଜାର ରନ୍ ପୂରା କରିଛନ୍ତି। ସୂଚନା ଥାଉକି ୪ ବର୍ଷ ପରେ ବିସିସିଆଇ ନିଜର ଖେଳାଳୀଙ୍କୁ ସମ୍ମାନିତ କରିବାକୁ ଯାଉଛି। ଏହାପୂର୍ବରୁ, ୨୦୧୯ କ୍ରିକେଟ ବୋର୍ଡ  ଖେଳାଳିଙ୍କୁ ସମ୍ମାନିତ କରିଥିଲା। ଏଥର ସମ୍ମାନ ଉତ୍ସବରେ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଉପସ୍ଥିତ ରହିପାରନ୍ତି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ପଢ଼ନ୍ତୁ-୨୦ ହଜାର ରନ୍ ପୂରା କଲେ ଚେତେଶ୍ୱର ପୂଜାରା; ସଚିନ, ଗାଭାସ୍କର ଓ ଦ୍ରାବିଡ଼ଙ୍କ ସ୍ୱତନ୍ତ୍ର କ୍ଲବ୍‌ରେ ସାମିଲ୍ ୬୧ ବର୍ଷୀୟ ରବି ଶାସ୍ତ୍ରୀ ଭାରତ ପାଇଁ ୮୦ ଟି ଟେଷ୍ଟ ଏବଂ ୧୫୦ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।  କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ସେ ସ

ରବି ଶାସ୍ତ୍ରୀ ଓ ଶୁଭମନ ଗିଲ୍‌ଙ୍କୁ ସମ୍ମାନିତ କରିବ ବିସିସିଆଇ

gill-ravi-shantri

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଓ ଯୁବ ଷ୍ଟାର୍ ବ୍ୟାଟର ଶୁଭମନ ଗିଲ୍‌ଙ୍କୁ ସମ୍ମାନିତ କରିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ। ୨୦୨୩ରେ ଗିଲ୍‌ ଭଲ ପ୍ରଦର୍ଶନ କରିଥିବାରୁ  ବିସିସିଆଇ ତାଙ୍କୁ ବଡ଼ ପୁରସ୍କାର ଦେବ।

ରିପୋର୍ଟ ଅନୁସାରେ, ବିସିସିଆଇ ରବି ଶାସ୍ତ୍ରୀଙ୍କୁ 'ଲାଇଫ୍‌ଟାଇମ୍ ଆଚିଭମେଣ୍ଟ ଆୱାର୍ଡ' ସମ୍ମାନିତ କରିବ। ସେହିପରି ଶୁଭମଗିଲ୍‌ଙ୍କର ୨୦୨୩ରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯିବ।

ଶୁଭମନ ଗିଲ ଗତ ୧୨ ମାସ ମଧ୍ୟରେ ଦିନିକିଆରେ ପାଞ୍ଚଟି ଶତକ ମାରିଛନ୍ତି। ସେହିପରି ଦିନିକିଆ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ଗିଲ୍ ଦ୍ରୁତତମ ଦୁଇ ହଜାର ରନ୍ ପୂରା କରିଛନ୍ତି।

ସୂଚନା ଥାଉକି ୪ ବର୍ଷ ପରେ ବିସିସିଆଇ ନିଜର ଖେଳାଳୀଙ୍କୁ ସମ୍ମାନିତ କରିବାକୁ ଯାଉଛି। ଏହାପୂର୍ବରୁ, ୨୦୧୯ କ୍ରିକେଟ ବୋର୍ଡ  ଖେଳାଳିଙ୍କୁ ସମ୍ମାନିତ କରିଥିଲା। ଏଥର ସମ୍ମାନ ଉତ୍ସବରେ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଉପସ୍ଥିତ ରହିପାରନ୍ତି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

ପଢ଼ନ୍ତୁ-୨୦ ହଜାର ରନ୍ ପୂରା କଲେ ଚେତେଶ୍ୱର ପୂଜାରା; ସଚିନ, ଗାଭାସ୍କର ଓ ଦ୍ରାବିଡ଼ଙ୍କ ସ୍ୱତନ୍ତ୍ର କ୍ଲବ୍‌ରେ ସାମିଲ୍

୬୧ ବର୍ଷୀୟ ରବି ଶାସ୍ତ୍ରୀ ଭାରତ ପାଇଁ ୮୦ ଟି ଟେଷ୍ଟ ଏବଂ ୧୫୦ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।  କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ସେ ସେ କମେଣ୍ଟେଟର ଭାବରେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ। ଏହାପରେ ସେ ଟିମ୍ ଇଣ୍ଡିଆର ନିର୍ଦ୍ଦେଶକ ହୋଇ ପରେ କୋଚ୍ ମଧ୍ୟ ହୋଇଥିଲେ। 

ରବି ଶାସ୍ତ୍ରୀ ଦୁଇଥର ଟିମ୍ ଇଣ୍ଡିଆର କୋଚ୍ ରହି ସାରିଛନ୍ତି। ସେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ତୁଲାଇଥିଲେ। ଏହାପରେ  ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୦୧୭ ରୁ ୨୦୨୧ ରେ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ମୁଖ୍ୟ କୋଚ୍‌ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତ ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍ ଜିତିଥିଲା। ଶାସ୍ତ୍ରୀ କୋଚ୍ ଭାବେ ଭାରତ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଥିଲା। ହେଲେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ମଉଳିଥିଲା। ରବିଙ୍କ କୋଚିଂ  ସମୟରେ ଭାରତ ୨୦୧୯ ଦିନିକିଆ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା।

The post ରବି ଶାସ୍ତ୍ରୀ ଓ ଶୁଭମନ ଗିଲ୍‌ଙ୍କୁ ସମ୍ମାନିତ କରିବ ବିସିସିଆଇ appeared first on Prameya News7.