ପୁରୀ ବେଳାଭୂମିରେ ଟ୍ରମ୍ପ ଓ ମସ୍କଙ୍କ ଚିତ୍ର ଆଙ୍କିଲେ ବାଲୁକା ଶିଳ୍ପୀ, ଦେଲେ ସୁନ୍ଦର ବାର୍ତ୍ତା
ପୁରୀ ୦୮/୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ ଚିତ୍ର ଆଙ୍କିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା କଳାରେ ଚିତ୍ର ଆଙ୍କି ଦେଇଛନ୍ତି ମହାନ ବାର୍ତ୍ତା । ବାର୍ତ୍ତା ଦେଇ ଲେଖିଛନ୍ତି "Making America Great Again" (ଆମେରିକାକୁ ପୁଣିଥରେ ମହାନ କରିବା) । ୫ ଫୁଟ ଉଚ୍ଚର ଏହି ବାଲୁକା କଳାରେ ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କୁ ପ୍ରତିମୂର୍ତ୍ତି ରହିଛି । ଏଥିପାଇଁ ୪ ଟନ୍ର ବାଲି ବ୍ୟବହାର ହୋଇଛି। ଏହି ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀମାନେ ତାଙ୍କୁ ସହଯୋଗ କରିଛନ୍ତି। ନିକଟରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ନାରା ଥିଲା ଆମେରିକାକୁ ପୁଣିଥରେ ମହାନ କରିବା। ଯାହାକି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳାରେ ଉଲ୍ଲେଖ କରିଛନ୍ତି।
ପୁରୀ ୦୮/୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ ଚିତ୍ର ଆଙ୍କିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା କଳାରେ ଚିତ୍ର ଆଙ୍କି ଦେଇଛନ୍ତି ମହାନ ବାର୍ତ୍ତା ।
ବାର୍ତ୍ତା ଦେଇ ଲେଖିଛନ୍ତି "Making America Great Again" (ଆମେରିକାକୁ ପୁଣିଥରେ ମହାନ କରିବା) । ୫ ଫୁଟ ଉଚ୍ଚର ଏହି ବାଲୁକା କଳାରେ ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କୁ ପ୍ରତିମୂର୍ତ୍ତି ରହିଛି । ଏଥିପାଇଁ ୪ ଟନ୍ର ବାଲି ବ୍ୟବହାର ହୋଇଛି। ଏହି ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀମାନେ ତାଙ୍କୁ ସହଯୋଗ କରିଛନ୍ତି।
ନିକଟରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ନାରା ଥିଲା ଆମେରିକାକୁ ପୁଣିଥରେ ମହାନ କରିବା। ଯାହାକି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳାରେ ଉଲ୍ଲେଖ କରିଛନ୍ତି।