ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଖତରନାକ୍ ପ୍ଲେୟାର, ଖାଲି ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେଇଯାଉ- ସୌରଭ ଗାଙ୍ଗୁଲି

ମୁମ୍ବାଇ ୨୧।୦୧ : ରୋହିତ ଶର୍ମା ଜଣେ କ୍ଲାସ ପ୍ଲେୟାର । ଓ୍ୱାଇଟ୍‌ ବଲ୍‌ କ୍ରିକେଟ୍‌ରେ ଜଣେ ଅଦ୍ଭୂତ ବ୍ୟାଟର । କୌଣସି ବି ସ୍ଥିତିରେ କୌଣସି ବି ବୋଲର ଉପରେ ଭାରି ପଡିପାରନ୍ତି । କିଛି ଦିନ ହେଲା ରୋହିତ ଶର୍ମା ଆଉଟ୍‌ ଫର୍ମ ଅଛନ୍ତି । ଏକଥା ସତ.. ଖାଲି ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉ, ଦେଖିବେ ରୋହିତ ଶର୍ମାଙ୍କ କିପରି ବ୍ୟାଟିଂ ଶୈଳୀ ରହିଛି ବୋଲି କହିଛନ୍ତି ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।ଏକ ସାକ୍ଷାତକାର ଦେବା ଅବସରରେ ବିସିସିଆଇର ପୂର୍ବତନ ବସ୍‌ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଓ୍ୱାଇଟ୍‌ ବଲ୍‌ କ୍ରିକେଟ୍‌ରେ ରୋହିତ ଶର୍ମା ଜବରଦସ୍ତ ପ୍ଲେୟାର । ହଁ କିଛି ଦିନ ହେଲା ରୋହିତ ଶର୍ମା ଆଉଟ୍‌ ଫର୍ମରେ ଅଛନ୍ତି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ସିରିଜ୍‌ରେ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ କୌଣସି ରନ୍‌ ବାହାରିନାହିଁ । ହେଲେ ଦିନିକିଆ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଫର୍ମ ଜବରଦସ୍ତ । କୌଣସି ବି ପରିସ୍ଥିତିରେ କୌଣସି ବି ବୋଲରଙ୍କ ଉପରେ ସେ ଜବରଦସ୍ତ ଆଟାକ୍‌ କରିପାରନ୍ତି । ଆପଣ ଦେଖିଥିବେ ୨୦୨୩ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୨୪ ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା କିପରି ବ୍ୟାଟିଂ କରିଥିଲେ । ଯାହାକି ବିରୋଧୀ ବୋଲରଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ତେଣୁ ରୋହିତ ଶର୍ମାଙ୍କ ଫର୍ମକୁ ନେଇ କୌଣସି ଚିନ୍ତା କରିବାରନାହିଁ । ଖାଲି ୨୦୨୫ ଚମ୍ପିଆନ୍

ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଖତରନାକ୍ ପ୍ଲେୟାର, ଖାଲି ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେଇଯାଉ- ସୌରଭ ଗାଙ୍ଗୁଲି

ମୁମ୍ବାଇ ୨୧।୦୧ : ରୋହିତ ଶର୍ମା ଜଣେ କ୍ଲାସ ପ୍ଲେୟାର । ଓ୍ୱାଇଟ୍‌ ବଲ୍‌ କ୍ରିକେଟ୍‌ରେ ଜଣେ ଅଦ୍ଭୂତ ବ୍ୟାଟର । କୌଣସି ବି ସ୍ଥିତିରେ କୌଣସି ବି ବୋଲର ଉପରେ ଭାରି ପଡିପାରନ୍ତି । କିଛି ଦିନ ହେଲା ରୋହିତ ଶର୍ମା ଆଉଟ୍‌ ଫର୍ମ ଅଛନ୍ତି । ଏକଥା ସତ.. ଖାଲି ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉ, ଦେଖିବେ ରୋହିତ ଶର୍ମାଙ୍କ କିପରି ବ୍ୟାଟିଂ ଶୈଳୀ ରହିଛି ବୋଲି କହିଛନ୍ତି ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ଏକ ସାକ୍ଷାତକାର ଦେବା ଅବସରରେ ବିସିସିଆଇର ପୂର୍ବତନ ବସ୍‌ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଓ୍ୱାଇଟ୍‌ ବଲ୍‌ କ୍ରିକେଟ୍‌ରେ ରୋହିତ ଶର୍ମା ଜବରଦସ୍ତ ପ୍ଲେୟାର । ହଁ କିଛି ଦିନ ହେଲା ରୋହିତ ଶର୍ମା ଆଉଟ୍‌ ଫର୍ମରେ ଅଛନ୍ତି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ସିରିଜ୍‌ରେ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ କୌଣସି ରନ୍‌ ବାହାରିନାହିଁ । ହେଲେ ଦିନିକିଆ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଫର୍ମ ଜବରଦସ୍ତ । କୌଣସି ବି ପରିସ୍ଥିତିରେ କୌଣସି ବି ବୋଲରଙ୍କ ଉପରେ ସେ ଜବରଦସ୍ତ ଆଟାକ୍‌ କରିପାରନ୍ତି । ଆପଣ ଦେଖିଥିବେ ୨୦୨୩ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୨୪ ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା କିପରି ବ୍ୟାଟିଂ କରିଥିଲେ । ଯାହାକି ବିରୋଧୀ ବୋଲରଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ତେଣୁ ରୋହିତ ଶର୍ମାଙ୍କ ଫର୍ମକୁ ନେଇ କୌଣସି ଚିନ୍ତା କରିବାରନାହିଁ । ଖାଲି ୨୦୨୫ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେଇଯାଉ, ଦେଖିବେ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ କିପରି ରନ୍‌ ବର୍ଷା ହେଉଛି ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୯ ତାରିଖରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫। ଭାରତର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ ହେବ। ଦୁବାଇରେ ବାଂଲାଦେଶ ସହିତ ଭାରତର ମୁକାବିଲା ରହିଛି। ଏହାପରେ୨୩ରେ ଭାରତ-ପାକିସ୍ତାନ ଟକ୍କର । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ରହିଛି। ଚଳିତ ଥର ଚମ୍ପିଆନ୍ସ ଟ୍ରଫି ହାଇବ୍ରିଡ୍‌ ମଡେଲରେ ଖେଳା ହେବାକୁ ଯାଉଛି । ବର୍ତ୍ତମାନ ଯାଏଁ ୮ ଥର ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି । ୧୯୯୮ରେ ପ୍ରଥମ ଥର ପାଇଁ ବାଂଲାଦେଶରେ ଆୟୋଜନ ହୋଇଥିଲା ପ୍ରଥମ ଚମ୍ପିଆନ୍ସ ଟ୍ରଫି । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଦକ୍ଷିଣ ଆଫ୍ରିକା ଚମ୍ପିଆନ୍‌ ହୋଇଥିଲା । ଏହାପରେ ୨୦୦୦ରେ କେନିଆରେ ହୋଇଥିଲା ଚମ୍ପିଆନ୍ସ ଟ୍ରଫି । ଏଥିରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ହୋଇଥିଲା ଚମ୍ପିଆନ୍‌ । ତୃତୀୟ ସଂସ୍କରଣରେ ଭାରତ ଏବଂ ଶ୍ରୀଲଙ୍କା ଯୌଥ ଭାବେ ବିଜେତା ଘୋଷିତ ହୋଇଥିଲେ । ୪ର୍ଥ ସଂସ୍କରଣରେ ଇଂଲଣ୍ଡରେ ହୋଇଥିଲା ଆୟୋଜନ । ଏଥିରେ ଇଂଲଣ୍ଡକୁ ହରାଇ ଓ୍ୱେଷ୍ଟଇଣ୍ଡିଜ୍‌ ଚମ୍ପିଆନ୍‌ ହୋଇଥିଲା। ୫ମ ସଂସ୍କରଣରେ ଭାରତରେ ଖେଳାଯାଇଥିଲେ । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଟ୍ରଫି ଜିତିଥିଲା ଅଷ୍ଟ୍ରେଲିଆ। ୬ଷ୍ଠ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡକୁ ହରାଇ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ । ୨୦୧୩ରେ ଖେଳାଯାଇଥିବା ସଂସ୍କରଣରେ ଇଂଲଣ୍ଡକୁ ହରାଇ ଭାରତୀୟ ଟିମ୍‌ ଚମ୍ପିଆନ୍‌ ହୋଇଥିଲା । ଶେଷ ଥର ପାଇଁ ୨୦୧୭ରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ହରାଇ ଟ୍ରଫି ଜିତିଥିଲା ପାକିସ୍ତାନ ।

୧୪୦ କୋଟି ଲୋକ ଆମ ପଛରେ, ଏଥର ବି ଓ୍ୱାଙ୍ଖେଡ ଷ୍ଟାଡିୟମ୍ ଆସିବ ଟ୍ରଫି- ରୋହିତ ଶର୍ମା