ଅଗଷ୍ଟ ମାସରେ ସଂଗ୍ରହ ହେଲା ୧.୭୪ ଲକ୍ଷ କୋଟି ଜିଏସଟି, ୧୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ମୋଟ ଜିଏସଟି ସଂଗ୍ରହ ୧.୭୪ ଲକ୍ଷ କୋଟି ରହିଛି ଏବଂ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ ରେ, ଏହି ସଂଖ୍ୟା ୧,୫୯,୦୬୯ କୋଟି ଅର୍ଥାତ୍ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା। ଯଦି ଆମେ ଚଳିତ ବର୍ଷର ଜିଏସଟି ରାଜସ୍ୱକୁ ଦେଖିବା, ଚଳିତ ବର୍ଷ ଜାନୁୟାରୀ-ଅଗଷ୍ଟ ମଧ୍ୟରେ ଏପର୍ୟ୍ୟନ୍ତ ୯,୧୩,୮୫୫ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି, ଯାହାକି ୧୦.୧ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଗତ ବର୍ଷ ଅଗଷ୍ଟ ପର୍ୟ୍ୟନ୍ତ […] The post ଅଗଷ୍ଟ ମାସରେ ସଂଗ୍ରହ ହେଲା ୧.୭୪ ଲକ୍ଷ କୋଟି ଜିଏସଟି, ୧୦ ପ୍ରତିଶତ ବୃଦ୍ଧି appeared first on Dharitri Odia News.

ଅଗଷ୍ଟ ମାସରେ ସଂଗ୍ରହ ହେଲା ୧.୭୪ ଲକ୍ଷ କୋଟି ଜିଏସଟି, ୧୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ମୋଟ ଜିଏସଟି ସଂଗ୍ରହ ୧.୭୪ ଲକ୍ଷ କୋଟି ରହିଛି ଏବଂ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ ରେ, ଏହି ସଂଖ୍ୟା ୧,୫୯,୦୬୯ କୋଟି ଅର୍ଥାତ୍ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

ଯଦି ଆମେ ଚଳିତ ବର୍ଷର ଜିଏସଟି ରାଜସ୍ୱକୁ ଦେଖିବା, ଚଳିତ ବର୍ଷ ଜାନୁୟାରୀ-ଅଗଷ୍ଟ ମଧ୍ୟରେ ଏପର୍ୟ୍ୟନ୍ତ ୯,୧୩,୮୫୫ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି, ଯାହାକି ୧୦.୧ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଗତ ବର୍ଷ ଅଗଷ୍ଟ ପର୍ୟ୍ୟନ୍ତ , ଜିଏସଟି ସଂଗ୍ରହ ମାଧ୍ୟମରେ ସରକାର ମୋଟ ୮,୨୯,୭୯୬ କୋଟି ଟଙ୍କା ପାଇଥିଲେ।

ଜାତୀୟ ରାଜଧାନୀ ଦିଲ୍ଲୀ ହେଉ କିମ୍ବା ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, ପଶ୍ଚିମରେ ମହାରାଷ୍ଟ୍ର ଠାରୁ ଆସାମ ପର୍ୟ୍ୟନ୍ତ, ରାଜ୍ୟଗୁଡିକର ଜିଏସ୍ଟି ସଂଗ୍ରହରୁ ଜଣାପଡିଛି ଯେ ଦ୍ରବ୍ୟ ଏବଂ ସେବା ଟିକସ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

The post ଅଗଷ୍ଟ ମାସରେ ସଂଗ୍ରହ ହେଲା ୧.୭୪ ଲକ୍ଷ କୋଟି ଜିଏସଟି, ୧୦ ପ୍ରତିଶତ ବୃଦ୍ଧି appeared first on Dharitri Odia News.