ଚାଷୀମାନଙ୍କ ହକ୍ ଲାଗି ତହସିଲ ଅଫିସ ଘେରିବ ଜୟ କିଷାନ ଆନ୍ଦୋଳନ
ପାଇକମାଳ,୫।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ନୃସିଂହନାଥ ନିଃସର୍ଗ ନିବାସଠାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀମାନଙ୍କ ହକ୍, ଅଧିକାର ପାଇଁ ଜୟ କିଷାନ ଆନ୍ଦୋଳନ ଦାବି ପୂରଣ ନ ହେବା ଯାଏ ଲଢେଇ ଜାରି ରଖିବ ବୋଲି ସଭାପତି ବିଶ୍ୱନାଥ ରଣା କହିଛନ୍ତି। ଚାଷୀଙ୍କ ବିଜୁଳି ସମସ୍ୟା, ଗଭୀର ନଳକୂପ, ଘରୋଇ ବିଜୁଳି, ସମସ୍ତ ଚାଷୀଙ୍କୁ ଋଣମୁକ୍ତ କରିବା, ଅଙ୍ଗ ନଦୀବନ୍ଧ ଯୋଜନାରେ ବ୍ୟାରେଜ କରି […] The post ଚାଷୀମାନଙ୍କ ହକ୍ ଲାଗି ତହସିଲ ଅଫିସ ଘେରିବ ଜୟ କିଷାନ ଆନ୍ଦୋଳନ appeared first on Dharitri Odia News.
ପାଇକମାଳ,୫।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ନୃସିଂହନାଥ ନିଃସର୍ଗ ନିବାସଠାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀମାନଙ୍କ ହକ୍, ଅଧିକାର ପାଇଁ ଜୟ କିଷାନ ଆନ୍ଦୋଳନ ଦାବି ପୂରଣ ନ ହେବା ଯାଏ ଲଢେଇ ଜାରି ରଖିବ ବୋଲି ସଭାପତି ବିଶ୍ୱନାଥ ରଣା କହିଛନ୍ତି। ଚାଷୀଙ୍କ ବିଜୁଳି ସମସ୍ୟା, ଗଭୀର ନଳକୂପ, ଘରୋଇ ବିଜୁଳି, ସମସ୍ତ ଚାଷୀଙ୍କୁ ଋଣମୁକ୍ତ କରିବା, ଅଙ୍ଗ ନଦୀବନ୍ଧ ଯୋଜନାରେ ବ୍ୟାରେଜ କରି ପାଇକମାଳ, ପଦ୍ମପୁର ଚାଷୀଙ୍କୁ ଜଳସେଚନ ବ୍ୟବସ୍ଥା, ଧାନ ମଣ୍ଡିର ସୁପରିଚାଳନା, ଇନ୍ପୁଟ ଓ ବୀମା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା।
କରି ଉକ୍ତ ଦାବିଗୁଡିକୁ ନେଇ ଆସନ୍ତା ୩୦ ତାରିଖରେ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଚାଷୀମାନେ ପାଇକମାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସଭାପତି ରଣା କହିଥିଲେ। ବୈଠକରେ ସମ୍ପାଦକ ବାଳକୃଷ୍ଣ ବନଛୋର, କ୍ଷେତ୍ରୀ ଲୁହାର, ରାସ ବିହାରୀ ସାହୁ, ଚୂଡ଼ାମଣି ମିଶ୍ର, ନାରୀ ନେତ୍ରୀ ଦେବକୀ ଭାଟ, କ୍ଷୀରବତୀ ନାୟକ, ରୂପଧର ସାହୁ, ହରି ଧରୁଆ, ହରିଚନ୍ଦ୍ର କଲାରୀ, ବନମାଳି ଚନ୍ଦନ, ଲକ୍ଷଣ ପ୍ରଧାନ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ।
The post ଚାଷୀମାନଙ୍କ ହକ୍ ଲାଗି ତହସିଲ ଅଫିସ ଘେରିବ ଜୟ କିଷାନ ଆନ୍ଦୋଳନ appeared first on Dharitri Odia News.