ଗଛ ପାଇଁ ସମର୍ପିତ ଜୀବନ, ଜାଣନ୍ତୁ ବୃକ୍ଷ ପ୍ରେମୀ ଦୀନବନ୍ଧୁଙ୍କ ସମ୍ପର୍କରେ…

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଜଟଣୀ ବ୍ଲକ ବରକୁଦା ଗ୍ରାମନିବାସୀ ଦୀନବନ୍ଧୁ। ଯୁଆଡ଼େ ଯାଆନ୍ତି ସିଆଡେ ଗଛଟିଏ ଲଗାନ୍ତି। ଏହା ତାଙ୍କର... The post ଗଛ ପାଇଁ ସମର୍ପିତ ଜୀବନ, ଜାଣନ୍ତୁ ବୃକ୍ଷ ପ୍ରେମୀ ଦୀନବନ୍ଧୁଙ୍କ ସମ୍ପର୍କରେ… appeared first on .

ଗଛ ପାଇଁ ସମର୍ପିତ ଜୀବନ, ଜାଣନ୍ତୁ ବୃକ୍ଷ ପ୍ରେମୀ ଦୀନବନ୍ଧୁଙ୍କ ସମ୍ପର୍କରେ…

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଜଟଣୀ ବ୍ଲକ ବରକୁଦା ଗ୍ରାମନିବାସୀ ଦୀନବନ୍ଧୁ। ଯୁଆଡ଼େ ଯାଆନ୍ତି ସିଆଡେ ଗଛଟିଏ ଲଗାନ୍ତି। ଏହା ତାଙ୍କର ଜୀବିକା ନୁହେଁ ବରଂ ତ୍ଯାଗର ବିରଳ ଉଦାହରଣ। ସମାଜ ଓ ପ୍ରକୃତି ଲାଗି ନେଇଛନ୍ତି ବଡ଼ ନିଷ୍ପତ୍ତି। ଦୀନବନ୍ଧୁଙ୍କ ପରିବାର କହିଲେ ପତ୍ନୀ, ପୁଅ, ବୋହୂ ଓ ଗୋଟିଏ ନାତି । ପରିବାରର ହସଖୁସି ଭିତରେ ଦୁନିଆକୁ ବଞ୍ଚାଇବା ଲାଗି ପଣ କରିଛନ୍ତି ଦୀନବନ୍ଧୁ। ଚାଷ ଓ ପୁଅଙ୍କ ରୋଜଗାରରେ ଘର ଚଳେ । ଦୀନବନ୍ଧୁଙ୍କ ମହତ କାର୍ଯ୍ୟକୁ ସହଯୋଗ କରିଆସିଛନ୍ତି ଗ୍ରାମବାସୀ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଛି ଶତାଧିକ ସମ୍ମାନ ଓ ପ୍ରଶଂସା ପତ୍ର।

କେବଳ ମନରେ ନୁହେଁ, ଦେହରେ ବି ସବୁଜିମାର ବାର୍ତ୍ତା। ପରିଣତ ବୟସରେ ବିରଳ ଉନ୍ମାଦନା। ପ୍ରାଣର ସ୍ପନ୍ଦନ ସହ ଏକୀଭୂତ ବୃକ୍ଷର ଜୀବନ। ଏ ହେଉଛନ୍ତି ଦୀନବନ୍ଧୁ ବେହେରା। ନା ଖରା, ନା ବର୍ଷା, ଗାଁ ରାସ୍ତା ହେଉ ବା ରାଜରାସ୍ତା । ସବୁଠି ଦେଖାଯାନ୍ତି ଦୀନବନ୍ଧୁ। ସବାରୀ- ପୁରୁଣାକାଳିଆ ଲୁନା। ପଛରେ ବି ଲେଖାଅଛି ଆହ୍ବାନର ବାର୍ତ୍ତା। ଆଉ ଲୁନା ମଝିରେ ଲଦା ବିଭିନ୍ନ କିସମର ଗଛ। ବୟସର ସାୟାହ୍ନରେ ଦୀନବନ୍ଧୁ। ହେଲେ ଥକିନାହାନ୍ତି ଏ ସବୁଜ ସାଧକ।

କେବଳ ଏତିକି ନୁହେଁ ଗଛ ଲଗାଇବା ପରେ ତାହାର ଯତ୍ନ ନେବାକୁ ପଛାନ୍ତି ନାହିଁ ଦୀନବନ୍ଧୁ। ୬୫ ବର୍ଷ ବୟସରେ ବି ଥକିନଥିବା ଦୀନବନ୍ଧୁ ଗତ ୪୫ବର୍ଷ ମଧ୍ୟରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରୋପଣ କରିଛନ୍ତି ଲକ୍ଷାଧିକ ବୃକ୍ଷ। ନିଜ ଘରେ କରିଥିବା ଚାରା ଫାର୍ମରୁ କିଛି ଗଛ, କଟୁରୀ, ଲୁହାରଡ, ପାଣି ବୋତଲ ଧରି ବାହାରି ଯାଆନ୍ତି। ଆଉ ରାସ୍ତା ପାର୍ଶ୍ଵ, ମନ୍ଦିର, ସ୍କୁଲ ଓ ମସଜିଦ ଓ ପଡିଆରେ ଗଛ ଲଗାନ୍ତି । ଲୁନା ପଛରେ ବି ଲେଖିଛନ୍ତି ଗୋଟିଏ ଗଛ ବଢେଇ ଦିଅ, ପ୍ରଳୟର ଦିନ ଘୁଞ୍ଚାଇ ଦିଅ । ସ୍ଥାନୀୟ ଅଞ୍ଚଳରେ ତାଙ୍କୁ କିଏ ଗଛ ମଉସା ଡାକେ ତ କିଏ କହେ ଗ୍ରୀନ ମ୍ୟାନ । ଆଉ କିଏ କୁହନ୍ତି ସେ ଦୀନବନ୍ଧୁ ନୁହନ୍ତି ସେ ବୃକ୍ଷର ବନ୍ଧୁ ।

The post ଗଛ ପାଇଁ ସମର୍ପିତ ଜୀବନ, ଜାଣନ୍ତୁ ବୃକ୍ଷ ପ୍ରେମୀ ଦୀନବନ୍ଧୁଙ୍କ ସମ୍ପର୍କରେ… appeared first on .