ଗଜପତିରେ ବାଘ ଆତଙ୍କ, ଛେଳିକୁ ଟାଣିନେଇଥିବା ଅଭିଯୋଗ

ମୋହନା: ଗଜପତି ମୋହନା ଭାଲିଆଗଣି ଗାଁ ଜଙ୍ଗଲରେ ବାଘ ଆତଙ୍କ। ଛେଳିକୁ ବାଘଟି ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି... The post ଗଜପତିରେ ବାଘ ଆତଙ୍କ, ଛେଳିକୁ ଟାଣିନେଇଥିବା ଅଭିଯୋଗ appeared first on .

ଗଜପତିରେ ବାଘ ଆତଙ୍କ, ଛେଳିକୁ ଟାଣିନେଇଥିବା ଅଭିଯୋଗ

ମୋହନା: ଗଜପତି ମୋହନା ଭାଲିଆଗଣି ଗାଁ ଜଙ୍ଗଲରେ ବାଘ ଆତଙ୍କ। ଛେଳିକୁ ବାଘଟି ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ନିକଟସ୍ଥ ବଡ଼ଡ଼ଙ୍ଗା ପାହାଡ଼କୁ କିଛି ଲୋକ ଛେଳି ଚରାଇବା ପାଇଁ ନେଇଥିଲେ। ସେଥିରୁ ଗୋଟିଏ ଛେଳି ନିଖୋଜ ଥିବା ଜଣାପଡିବା ପରେ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ।

ପରେ ପଥର ଚାଞ୍ଚଡା ଉପରେ ଛେଳିର ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଥିବା ଦେଖାଯାଇଥିଲା । ଏନେଇ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଲଖାରୀ ଅଭୟାରଣ୍ୟକୁ ଉକ୍ତ ଜଙ୍ଗଲଟି ଲାଗି ରହିଥିବା ଯୋଗୁଁ କଲରାପତରିଆ ବାଘ ଉକ୍ତ ଛେଳିଟିକୁ ଆକ୍ରମଣ କରି ମାରିଖାଇଥିବା ସନ୍ଦେହ କରାଯାଉଛି। ବାଘ ଭୟରେ ଲୋକେ ଜଙ୍ଗଲକୁ ଜାଳେଣି ପାଇଁ ଯାଉନାହାନ୍ତି।

The post ଗଜପତିରେ ବାଘ ଆତଙ୍କ, ଛେଳିକୁ ଟାଣିନେଇଥିବା ଅଭିଯୋଗ appeared first on .