ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ ଗିରଫ କରିଛି। ଜବତ ଡ୍ରଗ୍ସର ମୂଲ୍ୟ ୬୦୦ କୋଟି ଟଙ୍କା। ଏଟିଏସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ କୋଷ୍ଟଗାର୍ଡ ଆରବ ସାଗରରେ ଏହି ଅପରେଶନ କରିଥିଲେ। ତେବେ ପାକିସ୍ତାନୀ ଡଙ୍ଗାରୁ କିପରି ଡ୍ରଗ୍ସ ଜବତ କରାଯାଇଛି ତାହା କୋଷ୍ଟଗାର୍ଡ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ। ସାମୁଦ୍ରିକ ସୁରକ୍ଷା […] The post ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ appeared first on Dharitri Odia News.

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ ଗିରଫ କରିଛି। ଜବତ ଡ୍ରଗ୍ସର ମୂଲ୍ୟ ୬୦୦ କୋଟି ଟଙ୍କା। ଏଟିଏସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ କୋଷ୍ଟଗାର୍ଡ ଆରବ ସାଗରରେ ଏହି ଅପରେଶନ କରିଥିଲେ। ତେବେ ପାକିସ୍ତାନୀ ଡଙ୍ଗାରୁ କିପରି ଡ୍ରଗ୍ସ ଜବତ କରାଯାଇଛି ତାହା କୋଷ୍ଟଗାର୍ଡ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ।
ସାମୁଦ୍ରିକ ସୁରକ୍ଷା ଏଜେନ୍ସି ଅନୁଯାୟୀ, ଏହି ଅପରେଶନ ରାତାରାତି କରାଯାଇଥିଲା। ଏହି ଅପରେଶନ ପାଇଁ କୋଷ୍ଟଗାର୍ଡ ଜାହାଜ ଏବଂ ବିମାନ ନିୟୋଜିତ କରାଯାଇଥିଲା।

The post ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ appeared first on Dharitri Odia News.