ରାଜଧାନୀରେ ସିରିଜ୍ ଦୁର୍ଘଟଣା: ସରକାରୀ କ୍ୱାର୍ଟର ଗେଟ୍ ଭାଙ୍ଗି ପଶିଗଲା କାର୍, ଚାଳକ ଅଟକ
ଭୁବନେଶ୍ୱର,୧ା୬: ରାଜଧାନୀ ଭୁବନେଶ୍ୱରରେ ରବିବାର ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ୍ ନିକଟରେ ଏକ ଅଟୋ ସହ ୨ଟି କାର୍ ପଛକୁ ପଛ ପିଟି ହୋଇଯାଇଥିଲା। ଫଳରେ ପରେ କାର୍ଟି ଏକ ସରକାରୀ କ୍ବାର୍ଟର ଗେଟ୍ ଭାଙ୍ଗି ଘର ଭିତରକୁ ମାଡ଼ିଯାଇଥିଲା। ଏନେଇ କାର୍ ଡ୍ରାଇଭର ଅଟକ ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହଥିବାବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।ଡ୍ରାଇଭର ଅଟକ ରହିଛନ୍ତି। କାର୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି। The post ରାଜଧାନୀରେ ସିରିଜ୍ ଦୁର୍ଘଟଣା: ସରକାରୀ କ୍ୱାର୍ଟର ଗେଟ୍ ଭାଙ୍ଗି ପଶିଗଲା କାର୍, ଚାଳକ ଅଟକ appeared first on Dharitri Odia News.
ଭୁବନେଶ୍ୱର,୧ା୬: ରାଜଧାନୀ ଭୁବନେଶ୍ୱରରେ ରବିବାର ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ୍ ନିକଟରେ ଏକ ଅଟୋ ସହ ୨ଟି କାର୍ ପଛକୁ ପଛ ପିଟି ହୋଇଯାଇଥିଲା। ଫଳରେ ପରେ କାର୍ଟି ଏକ ସରକାରୀ କ୍ବାର୍ଟର ଗେଟ୍ ଭାଙ୍ଗି ଘର ଭିତରକୁ ମାଡ଼ିଯାଇଥିଲା। ଏନେଇ କାର୍ ଡ୍ରାଇଭର ଅଟକ ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହଥିବାବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।ଡ୍ରାଇଭର ଅଟକ ରହିଛନ୍ତି। କାର୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି।
The post ରାଜଧାନୀରେ ସିରିଜ୍ ଦୁର୍ଘଟଣା: ସରକାରୀ କ୍ୱାର୍ଟର ଗେଟ୍ ଭାଙ୍ଗି ପଶିଗଲା କାର୍, ଚାଳକ ଅଟକ appeared first on Dharitri Odia News.