ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪) ଏବଂ ପ୍ରଦୀପ ସାହୁ (୪୨)। ସେମାନଙ୍କ ନିକଟରୁ ପୋଲିସ ୩୧ ଗ୍ରାମ ଓଜନର ୩ଟି ସୁନାଚେନ୍, ଗୋଟିଏ ବାଇକ୍ ଏବଂ ଡିକି ଭାଙ୍ଗିବା ପାଇଁ ଏକ ମାଷ୍ଟର କି’ ଜବତ କରିଛି। ଉକ୍ତ ଘଟଣାରେ […] The post ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪) ଏବଂ ପ୍ରଦୀପ ସାହୁ (୪୨)। ସେମାନଙ୍କ ନିକଟରୁ ପୋଲିସ ୩୧ ଗ୍ରାମ ଓଜନର ୩ଟି ସୁନାଚେନ୍, ଗୋଟିଏ ବାଇକ୍ ଏବଂ ଡିକି ଭାଙ୍ଗିବା ପାଇଁ ଏକ ମାଷ୍ଟର କି’ ଜବତ କରିଛି। ଉକ୍ତ ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
The post ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.