ମହାଶିବରାତ୍ରି ପୂର୍ବରୁ ୫୦୦ ଶିବଲିଙ୍ଗରେ ନିର୍ମିତ ବାଲୁକା କଳା
ପୁରୀ : ଆସନ୍ତାକାଲି ପବିତ୍ର ଜାଗର ଅମାବାସ୍ୟା।ମହାଶିବରାତ୍ରି ପୂର୍ବରୁ ଆଜି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ବାଲୁକା... The post ମହାଶିବରାତ୍ରି ପୂର୍ବରୁ ୫୦୦ ଶିବଲିଙ୍ଗରେ ନିର୍ମିତ ବାଲୁକା କଳା appeared first on .
ପୁରୀ : ଆସନ୍ତାକାଲି ପବିତ୍ର ଜାଗର ଅମାବାସ୍ୟା।ମହାଶିବରାତ୍ରି ପୂର୍ବରୁ ଆଜି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ବାଲୁକା କଳା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପଥରରେ ନିର୍ମିତ ୫୦୦ ଶିବଲିଙ୍ଗ ସହାୟତା ରେ ବାଲିରେ ନିର୍ମାଣ କରିଛନ୍ତି ବାଲୁକା କଳା।ଏହି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ଶିବରାତ୍ରି ର ଅଭିନନ୍ଦନ ଜଣାଇଛନ୍ତି। ପ୍ରାୟ ୧୦ ଫୁଟ ଉଚ୍ଚତା ଓ ୨୦ ଫୁଟ ଚଉଡାର ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇଥିବା ବେଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହାକୁ ଦେଖି ଉପଭୋଗ କରିଥିବା ପରିଲକ୍ଷିତ ହୋଇଛି। ବାଲୁକା ଶିଳ୍ପୀଙ୍କ ଏହି ବାଲିକା କଳା ବେଶ୍ ମନଲୋଭା ହୋଇଛି । ମହାଶିବରାତ୍ରୀ ଉପଲକ୍ଷେ ପୁରୀ ଶ୍ରୀମନ୍ଦିର ସମେତ ବାବା ଲୋକନାଥଙ୍କ ମନ୍ଦିରରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି । ତେଣୁ ଭକ୍ତ ଏହି ସୁନ୍ଦର ବାଲୁକା କଳା ଦେଖିବାସହ ଏହାକୁ ମନଭରି ଉପଭୋଗ କରିବେ ।
The post ମହାଶିବରାତ୍ରି ପୂର୍ବରୁ ୫୦୦ ଶିବଲିଙ୍ଗରେ ନିର୍ମିତ ବାଲୁକା କଳା appeared first on .