ଛୋଟ ଭୁଲ୍‌ରୁ ହେଉଛି ଘାତକ ! ବାଥରୁମରେ ଆସୁଛି ଅଧିକ ହାର୍ଟ ଆଟାକ୍ , କ’ଣ ରହିଛି ଏହା ପଛର କାରଣ ?

ନୂଆଦିଲ୍ଲୀ ୨୫।୧୨: ବର୍ତ୍ତମାନ ବଢିବାରେ ଲାଗିଛି ହାର୍ଟ ଆଟାକର ମାମଲା । ବୟସ୍କଙ୍କ ଠାରୁ ଯୁବା ସମସ୍ତେ ହେଉଛନ୍ତି ହାର୍ଟଆଟାକ୍‌ର ଶିକାର । ଖାସ୍‌ କରି ଅନେକଙ୍କୁ ବାଥ୍‌ରୁମ୍‌ ହିଁ ଆସୁଛି ହାର୍ଟଆଟାକ୍‌ । କିନ୍ତୁ ଜାଣନ୍ତି କି ଏହା ପଛର କାରଣ କଣ ? ଏହାର ଉତ୍ତରରେ କଣ କୁହନ୍ତି ବିଶେଷଜ୍ଞ… ଆମେରିକାର ସଂସ୍ଥା ଏନସିବିଆଇ ଅନୁଯାୟୀ ହାର୍ଟ ସମ୍ପନ୍ଧୀୟ ରୋଗ ଥିବା ବ୍ୟକ୍ତିଙ୍କୁ ଅଧିକ ଆସିଥାଏ ହାର୍ଟ ଆଟାକ୍ । ଖାସ୍‌ କରି ୧୧ ପ୍ରତିଶତରୁ ଅଧିକ ହାର୍ଟ ଆଟାକ୍ ମାମଲା ବାଥରୁମରୁ ଆସିଥାଏ, ଯେଉଁଥିରେ ରୋଗୀଙ୍କର ମୁତ୍ୟୁ ବି ହୋଇଥାଏ । ତେବେ ରିପୋର୍ଟରେ ସବୁଠାରୁ  ବଡ ଖୁଲାସା ହୋଇଛି କି ଅନ୍ୟ ସ୍ଥାନ ଅପେକ୍ଷା ବାଥରୁମରେ ହାର୍ଟ ଆଟାକର ବିପଦ ଅଧିକ ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ବାଥରୁମ୍‌ରେ ଅଧିକ ହାର୍ଟଆଟାକ୍‌ ହେବାର ଅନେକ କାରଣ ରହିଛି । ଖାସ୍‌ କରି ହୃଦସ୍ପନ୍ଦନର ଅନିୟମିତତା, ପେଟ ଖରାପ, ଥଣ୍ଡା ପାଣିରେ ଗାଧୋଇବା ଓ ଅଧିକ ଚାପରେ ରହିବା ଦ୍ୱାରା ହୃଦଘାତ ବା ହାର୍ଟ ଆଟାକ ସମସ୍ୟା ଦେଖାଦେଇଥାଏ। ଏହାବ୍ୟତୀତ ମଳ କିମ୍ବା ମୂତ୍ର ତ୍ୟାଗ କରିବା ବେଳେ ହାର୍ଟଆଟାକ୍‌ ହେବାର ଅଧିକ ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ଅନେକ ଲୋକ ମଳ-ମୂତ୍ର ତ୍ୟାଗ କରିବା ସମୟରେ ଜୋର ଦେଇଥାନ୍ତି । ଖାସ୍‌ କରି କୋଷ୍ଠକାଠିନ୍ୟ ଥିବା ବ୍ୟକ୍ତି ପେଟ ସଫା ରଖିବା ପାଇଁ ଅଧିକ ଜୋର୍‌ ଲଗାଇଥାନ୍ତି । ଏପରି ସ୍ଥିତିରେ ପ୍ରେସର କାରଣରୁ ଆପେଆପେ

ଛୋଟ ଭୁଲ୍‌ରୁ ହେଉଛି ଘାତକ ! ବାଥରୁମରେ ଆସୁଛି ଅଧିକ ହାର୍ଟ ଆଟାକ୍ , କ’ଣ ରହିଛି ଏହା ପଛର କାରଣ ?

ନୂଆଦିଲ୍ଲୀ ୨୫।୧୨: ବର୍ତ୍ତମାନ ବଢିବାରେ ଲାଗିଛି ହାର୍ଟ ଆଟାକର ମାମଲା । ବୟସ୍କଙ୍କ ଠାରୁ ଯୁବା ସମସ୍ତେ ହେଉଛନ୍ତି ହାର୍ଟଆଟାକ୍‌ର ଶିକାର । ଖାସ୍‌ କରି ଅନେକଙ୍କୁ ବାଥ୍‌ରୁମ୍‌ ହିଁ ଆସୁଛି ହାର୍ଟଆଟାକ୍‌ । କିନ୍ତୁ ଜାଣନ୍ତି କି ଏହା ପଛର କାରଣ କଣ ? ଏହାର ଉତ୍ତରରେ କଣ କୁହନ୍ତି ବିଶେଷଜ୍ଞ… ଆମେରିକାର ସଂସ୍ଥା ଏନସିବିଆଇ ଅନୁଯାୟୀ ହାର୍ଟ ସମ୍ପନ୍ଧୀୟ ରୋଗ ଥିବା ବ୍ୟକ୍ତିଙ୍କୁ ଅଧିକ ଆସିଥାଏ ହାର୍ଟ ଆଟାକ୍ । ଖାସ୍‌ କରି ୧୧ ପ୍ରତିଶତରୁ ଅଧିକ ହାର୍ଟ ଆଟାକ୍ ମାମଲା ବାଥରୁମରୁ ଆସିଥାଏ, ଯେଉଁଥିରେ ରୋଗୀଙ୍କର ମୁତ୍ୟୁ ବି ହୋଇଥାଏ । 

ତେବେ ରିପୋର୍ଟରେ ସବୁଠାରୁ  ବଡ ଖୁଲାସା ହୋଇଛି କି ଅନ୍ୟ ସ୍ଥାନ ଅପେକ୍ଷା ବାଥରୁମରେ ହାର୍ଟ ଆଟାକର ବିପଦ ଅଧିକ ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ବାଥରୁମ୍‌ରେ ଅଧିକ ହାର୍ଟଆଟାକ୍‌ ହେବାର ଅନେକ କାରଣ ରହିଛି । ଖାସ୍‌ କରି ହୃଦସ୍ପନ୍ଦନର ଅନିୟମିତତା, ପେଟ ଖରାପ, ଥଣ୍ଡା ପାଣିରେ ଗାଧୋଇବା ଓ ଅଧିକ ଚାପରେ ରହିବା ଦ୍ୱାରା ହୃଦଘାତ ବା ହାର୍ଟ ଆଟାକ ସମସ୍ୟା ଦେଖାଦେଇଥାଏ। ଏହାବ୍ୟତୀତ ମଳ କିମ୍ବା ମୂତ୍ର ତ୍ୟାଗ କରିବା ବେଳେ ହାର୍ଟଆଟାକ୍‌ ହେବାର ଅଧିକ ଘଟଣା ସାମ୍ନାକୁ ଆସିଛି । 

ବାସ୍ତବରେ ଅନେକ ଲୋକ ମଳ-ମୂତ୍ର ତ୍ୟାଗ କରିବା ସମୟରେ ଜୋର ଦେଇଥାନ୍ତି । ଖାସ୍‌ କରି କୋଷ୍ଠକାଠିନ୍ୟ ଥିବା ବ୍ୟକ୍ତି ପେଟ ସଫା ରଖିବା ପାଇଁ ଅଧିକ ଜୋର୍‌ ଲଗାଇଥାନ୍ତି । ଏପରି ସ୍ଥିତିରେ ପ୍ରେସର କାରଣରୁ ଆପେଆପେ ନର୍ଭସ ସିଷ୍ଟମର ସନ୍ତୁଳନ ବିଗିଡି ଯାଇଥାଏ ଏବଂ ରକ୍ତଚାପ ହ୍ରାସ ହୋଇଥାଏ । ଏହି ଅସନ୍ତୁଳନ କାରଣରୁ ମସ୍ତିଷ୍କରେ ରକ୍ତ ପ୍ରବାହ ବିଗିଡିଯାଇଥାଏ । ଆଉ ବେହୋସ୍‌ ହୋଇଯାଆନ୍ତି ବ୍ୟକ୍ତି । 

ତେବେ ହାର୍ଟଆଟାକ୍‌ ଏକ ମେଡିକାଲ୍‌ ଏମର୍ଜେନ୍ସି ହୋଇଥାଏ । ଏଥିରେ ପୀଡିତଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ୍‌ ନେବାକୁ ପଡିଥାଏ । କିନ୍ତୁ ବାଥରୁମ୍‌ ବହୁତ ପ୍ରାଇଭେଟ୍‌ ସ୍ଥାନ ହୋଇଥାଏ, ଏଥିପାଇଁ ରୋଗୀଙ୍କ ପାଖରେ ପହଞ୍ଚିବାର ଚାନ୍ସ୍‌ ବହୁତ କମ୍‌ ହୋଇ ଯାଇଥାଏ । ଏପରିସ୍ଥିତିରେ ଲୋକଙ୍କର ଜୀବନ ଯିବାର ଆଶଙ୍କା ଅଧିକ ରହିଥାଏ ।  

ବିଶେଷଜ୍ଞଙ୍କ ଅନୁସାରେ, ହାର୍ଟଆଟାକ୍‌ର ସବୁଠାରୁ ବଡ କାରଣ ହେଉଛି ଶରୀର ଅନୁସାରେ ନ ଗାଧୋଇବା। ଅନେକ ଲୋକ ଶୀତଦିନେ ମଧ୍ୟ ଅଧିକ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି । ଏହାବ୍ୟତୀତ କିଛି ଲୋକ ଗାଧୋଇବା ସମୟରେ ଅଧିକ ତୀବ୍ର କାର୍ଯ୍ୟକଳାପ କରନ୍ତି କିମ୍ବା ଚାଲନ୍ତି । ଏପରି କରିବା ଦ୍ୱାରା ହାର୍ଟରେ ଚାପ ବୃଦ୍ଧି ପାଏ ଓ ଏହା ହାର୍ଟ ଆଟାକର କାରଣ ହୋଇଥାଏ। ଏଥିପାଇଁ ଆରାମରେ ଗାଧୋଇବା ଉଚିତ୍ । ଏହାସହିତ ଶରୀରର ତାପମାତ୍ରା ଅନୁଯାୟୀ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରିବା ଉଚିତ । ତେଣୁ ଏହି ସବୁ ଜିନିଷକୁ ଧ୍ୟାନରେ ରଖିବାରୁ ହାର୍ଟଆଟାକରୁ ବର୍ତ୍ତିପାରିବେ ।