ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଏକକାଳୀନ ୧୦ଟି ସ୍ଥାନରେ ରେଡ୍
କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରାଯାଉଛି। ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ଏକକାଳୀନ ରେଡ୍ ଜାରି ରହିଛି। ଯାଞ୍ଚ ପରେ ସମୁଦାୟ ସ୍ଥାବର ଓ ଅସ୍ଥବର୍ ସମ୍ପତି ର ପରିମାଣ ଆକାଲନ ହୋଇ ପାରିବ ବୋଲି ସୂଚନା ମିଳିଛି। ଏହି ଚଢାଉ […] The post ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଏକକାଳୀନ ୧୦ଟି ସ୍ଥାନରେ ରେଡ୍ appeared first on Dharitri Odia News.
କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରାଯାଉଛି। ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ଏକକାଳୀନ ରେଡ୍ ଜାରି ରହିଛି।
ଯାଞ୍ଚ ପରେ ସମୁଦାୟ ସ୍ଥାବର ଓ ଅସ୍ଥବର୍ ସମ୍ପତି ର ପରିମାଣ ଆକାଲନ ହୋଇ ପାରିବ ବୋଲି ସୂଚନା ମିଳିଛି। ଏହି ଚଢାଉ ରେ ଜଣେ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନ୍ସପେକ୍ଟର, ୭ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ଥିତ ଜଗନ୍ନାଥ ମାନସନରେ ଥିବା ଫ୍ଲାଟ, ଯାଜପୁର ବ୍ୟାସନଗରରେ 2ଟି ଫ୍ଲାଟ, ପୁରୀରେ ଆପାର୍ଟମେଣ୍ଟ, ଯାଜପୁର ବ୍ୟାସନଗରରେ ତିନି ମହଲା ଘର, ଯାଜପୁର କରେଇରେ ଦୁଇଟି ଷ୍ଟୋର ହାଉସ, କେନ୍ଦୁଝର ଶର୍କରୀ କ୍ବାଟର, ବୈତରଣୀ ଡିଭିଜନର ଚିଫ୍ ଇଞ୍ଜିନିୟର ଅଫିସ, ପୈତୃକ ଘର କଟକ ମାହାଙ୍ଗା ଏବଂ ସମ୍ପର୍କୀୟଙ୍କ ଘର ସାଲେପୁରରେ ଏକକାଳୀନ ଚଢ଼ାଉ ଜାରି ରହିଛି।
The post ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଏକକାଳୀନ ୧୦ଟି ସ୍ଥାନରେ ରେଡ୍ appeared first on Dharitri Odia News.