ମଦ୍ୟପ ବ୍ୟକ୍ତିର ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର, ଗୁଳି କରିଥିବା ବ୍ୟକ୍ତିଙ୍କୁ କାବୁ କଲା ପୋଲିସ
ଉମରକୋଟ: ମଦ୍ୟପ ବ୍ୟକ୍ତିର ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବାସୁଦେବାଗୁଡାରେ । ସୂଚନା ଅନୁଯାୟୀ, ବାସୁଦେବାଗୁଡ଼ାର କପୁର ଭତ୍ରା ସେହି ଗ୍ରାମର ଡମନା ଭତ୍ରାଙ୍କୁ ଦେଶୀ ବନ୍ଧୁକରେ ଗୁଳିମାଡ଼ କରିଛନ୍ତି । ଗୁରୁତର ଡମନା ଭତ୍ରାଙ୍କୁ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କପୁର ଭତ୍ରା ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କପୁରଙ୍କୁ କାବୁ କରି ତଦନ୍ତ ଆରମ୍ଭ କରିଛି।
ଉମରକୋଟ: ମଦ୍ୟପ ବ୍ୟକ୍ତିର ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବାସୁଦେବାଗୁଡାରେ । ସୂଚନା ଅନୁଯାୟୀ, ବାସୁଦେବାଗୁଡ଼ାର କପୁର ଭତ୍ରା ସେହି ଗ୍ରାମର ଡମନା ଭତ୍ରାଙ୍କୁ ଦେଶୀ ବନ୍ଧୁକରେ ଗୁଳିମାଡ଼ କରିଛନ୍ତି । ଗୁରୁତର ଡମନା ଭତ୍ରାଙ୍କୁ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କପୁର ଭତ୍ରା ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କପୁରଙ୍କୁ କାବୁ କରି ତଦନ୍ତ ଆରମ୍ଭ କରିଛି।