ଅପରାଜିତାଙ୍କ ଖୁଲାସା: ଖୋର୍ଦ୍ଧାରେ ଏହି ବ୍ୟକ୍ତିଙ୍କୁ ମିଳିବ ବିଧାୟକ ଟିକେଟ୍
ଟାଙ୍ଗୀ,୫ା୪(ରଘୁନାଥ ସାହୁ):ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଭାବେ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ନାମ ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ପୁନର୍ବାର କହିଛନ୍ତି। କିଛିଦିନ ତଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଅପରାଜିତା ଏଭଳି ସୂଚନା ଦେଇଥିଲେ। ଏହାକୁ ନେଇ ସେତେବେଳେ ଦଳରେ କନ୍ଦଳ ଦେଖାଦେଇଥିଲା। ଅନ୍ୟତମ ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟଙ୍କ ସମର୍ଥକମାନେ ରାଜ୍ୟ ଭାଜପା କାର୍ଯ୍ୟାଳୟଠାରେ ପହଞ୍ଚି ଜୋରଦାର ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ […] The post ଅପରାଜିତାଙ୍କ ଖୁଲାସା: ଖୋର୍ଦ୍ଧାରେ ଏହି ବ୍ୟକ୍ତିଙ୍କୁ ମିଳିବ ବିଧାୟକ ଟିକେଟ୍ appeared first on Dharitri Odia News.
ଟାଙ୍ଗୀ,୫ା୪(ରଘୁନାଥ ସାହୁ):ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଭାବେ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ନାମ ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ପୁନର୍ବାର କହିଛନ୍ତି। କିଛିଦିନ ତଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଅପରାଜିତା ଏଭଳି ସୂଚନା ଦେଇଥିଲେ। ଏହାକୁ ନେଇ ସେତେବେଳେ ଦଳରେ କନ୍ଦଳ ଦେଖାଦେଇଥିଲା। ଅନ୍ୟତମ ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟଙ୍କ ସମର୍ଥକମାନେ ରାଜ୍ୟ ଭାଜପା କାର୍ଯ୍ୟାଳୟଠାରେ ପହଞ୍ଚି ଜୋରଦାର ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ନିଜେ ଜଗଦ୍ଦେବ ପହଞ୍ଚି କହିଥିଲେ, ମୁଁ ନିର୍ବାଚନ ଲଢ଼ିବା ପାଇଁ ଭାଜପାକୁ ଆସିନାହିଁ। ଦଳ ଚାହିଁଲେ ଲଢ଼ିବି। କାଳୁଚରଣଙ୍କ ପ୍ରତି ମୋର ସମର୍ଥନ ରହିଛି ବୋଲି ସେ ପ୍ରକାଶ କରିଥିଲେ। ସେହିପରି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଉତ୍ତ୍ୟକ୍ତ କର୍ମୀମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରିସ୍ଥଳେ ଗୁରୁବାର ଟାଙ୍ଗୀ ଗଣେଶ ଭବନଠାରେ ଭାଜପାର ବ୍ଲକ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ଅପରାଜିତାଙ୍କ ଉପରୋକ୍ତ ମନ୍ତବ୍ୟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଥିବା ବେଳେ ଦଳରେ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସଭାପତିତ୍ୱ କରିଥିବା ବେଳେ ଭୁବନେଶ୍ୱର ଲୋକସଭାକ୍ଷେତ୍ର ଭାଜପା ପ୍ରଭାରୀ ଜୀବନ କୁମାର ସାହୁ, ପୂର୍ବତନ ଜିଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲା ସମ୍ପାଦକ ହେମନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
The post ଅପରାଜିତାଙ୍କ ଖୁଲାସା: ଖୋର୍ଦ୍ଧାରେ ଏହି ବ୍ୟକ୍ତିଙ୍କୁ ମିଳିବ ବିଧାୟକ ଟିକେଟ୍ appeared first on Dharitri Odia News.