ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍‌ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା। ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । କିନ୍ତୁ ‘ଲାପତା […] The post ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ appeared first on Dharitri Odia News.

ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍‌ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।

ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । କିନ୍ତୁ ‘ଲାପତା ଲେଡିଜ୍‌’ ଏହି ବର୍ଗରେ ମନୋନୀତ ୧୫ ଟି ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ନିଜର ସ୍ଥାନ ପାଇପାରନାହିଁ। ଭାରତର ଭରସା ଭାଙ୍ଗି ଯାଇଛି। ଗତକାଲି Academy of Motion Picture Arts and Sciences ପକ୍ଷରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ୧୫ ଫିଲ୍ମର ନାମ ଘୋଷଣା କରାଯାଇଥିଲା। ଏଥିରେ ‘ଲାପତା ଲେଡିଜ୍‌’ ନାଁ ନାହିଁ।

The post ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ appeared first on Dharitri Odia News.