ବାଇକ୍ ଚୋରି ଘଟଣା, ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ସୁବଳୟା ଶାସନ ଗ୍ରାମରୁ ଚୋରି ଯାଇଥିବା ବାଇକର ସନ୍ଧାନ ମିଳିବା ସହ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୂଆପଡ଼ା କେଉଟ ସାହି ବାସିନ୍ଦା ଜି. ଶାନ୍ତନୁ ରେଡ୍ଡୀ। ଗତ ୨୦୨୪ ଡିସେମ୍ବର ୩୦ ତାରିଖ ରାତିରେ ସୁବଳୟା ଶାସନ ଗ୍ରାମର ପ୍ରଶାନ୍ତ ପଣ୍ଡା ତାଙ୍କ ହିରୋ ସ୍ପ୍ଲେଣ୍ଡର ପ୍ଲସ ବାଇକ (ନଂ. ଓଆର […] The post ବାଇକ୍ ଚୋରି ଘଟଣା, ଅଭିଯୁକ୍ତ ଜେଲ ଗଲେ appeared first on Dharitri Odia News.
ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ସୁବଳୟା ଶାସନ ଗ୍ରାମରୁ ଚୋରି ଯାଇଥିବା ବାଇକର ସନ୍ଧାନ ମିଳିବା ସହ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୂଆପଡ଼ା କେଉଟ ସାହି ବାସିନ୍ଦା ଜି. ଶାନ୍ତନୁ ରେଡ୍ଡୀ। ଗତ ୨୦୨୪ ଡିସେମ୍ବର ୩୦ ତାରିଖ ରାତିରେ ସୁବଳୟା ଶାସନ ଗ୍ରାମର ପ୍ରଶାନ୍ତ ପଣ୍ଡା ତାଙ୍କ ହିରୋ ସ୍ପ୍ଲେଣ୍ଡର ପ୍ଲସ ବାଇକ (ନଂ. ଓଆର ୦୭ଏସି ୩୩୭୭) କୁ ନିଜ ଘର ସମ୍ମୁଖରେ ରଖିଥିବା ବେଳେ ତାହା ଚୋରି ହୋଇଯାଇଥିଲା। ପ୍ରଶାନ୍ତ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେବା ପରେ ଥାନା ମାମଲା ନଂ.୩୯୫/୨୪ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣକ ଚୋରି ବାଇକ ବ୍ୟବହାର କରୁଥିବା ସମ୍ପର୍କରେ ସୂଚନା ପାଇ ପୋଲିସ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିଲା। ଶନିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଥିବା ଜଣାପଡିଛି।
The post ବାଇକ୍ ଚୋରି ଘଟଣା, ଅଭିଯୁକ୍ତ ଜେଲ ଗଲେ appeared first on Dharitri Odia News.