ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ

ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍‌ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦୁଲହନ ଖାନ (୨୪)। ଖବରରୁ ଜଣାପଡିଛି, ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା, ମଣ୍ଡଳପାରା ଗ୍ରାମର ବାବର ଅଲି ଖାନଙ୍କ ପୁଅ ଦୁଲହନ ନିଜ ଦେହରେ ୮ କିଲୋ ଗଞ୍ଜେଇ ପ୍ଲାଷ୍ଟିକ […] The post ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ appeared first on Dharitri Odia News.

ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ

ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍‌ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦୁଲହନ ଖାନ (୨୪)।
ଖବରରୁ ଜଣାପଡିଛି, ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା, ମଣ୍ଡଳପାରା ଗ୍ରାମର ବାବର ଅଲି ଖାନଙ୍କ ପୁଅ ଦୁଲହନ ନିଜ ଦେହରେ ୮ କିଲୋ ଗଞ୍ଜେଇ ପ୍ଲାଷ୍ଟିକ ସେଲୋ ଟେପରେ ଗୁଡ଼ାଇ ଏବଂ ବ୍ୟାଗରେ ୨୦କିଲୋ ଗଞ୍ଜେଇ ଧରି ଚାଲାଣ କରୁଥିଲେ। ଏ ସମ୍ପର୍କରେ ପାଡୁଆ ପୋଲିସ ସୂଚନା ପାଇ ଦଳେଇପୁଟ ଗ୍ରାମ ନିକଟରେ ଥାନାଧିକାରୀ ଅଶୋକ ବିଷୋୟୀ ଓ ଏସ୍‌ଆଇ ଦୀପକ ବାରିକଙ୍କ ନେତୃତ୍ୱରେ ଏକ ଟିମ୍‌ ଜଗି ରହି ତାଙ୍କୁ ଧରିଥିଲେ। ତାଙ୍କଠାରୁ ମୋଟ ୨୮ କେଜି ଗଞ୍ଜେଇ ଜବତ ହୋଇଛି। କେସ ନଂ. ୧୫୯/୨୩ରେ ମାମଲା ରୁଜୁ କରାଯାଇ ଏହାର ତଦନ୍ତ କରାଯାଉଛି। ପଚରାଉଚରା ବେଳେ ନନ୍ଦପୁର ବ୍ଲକ ଅଞ୍ଚଳରୁ ଗଞ୍ଜେଇ ଆଣି ସେ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

The post ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ appeared first on Dharitri Odia News.