ରାଜ୍ୟରେ ଖୁବଶୀଘ୍ର ସିଏମ୍ କିଷାନ୍ ଯୋଜନା, ଭୂମିହୀନଙ୍କୁ ମିଳିବ ୧୨ ହଜାର ୫୦୦ ଟଙ୍କା

ଭୁବନେଶ୍ୱର ୨୮।୦୮ : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍‌ କିଷାନ୍‌ ଯୋଜନା । ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି କଥା କହିଛନ୍ତି ।ତେବେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଟଙ୍କା । ପ୍ରତି କିସ୍ତିରେ ଦୁଇ ହଜାର ଲେଖାଏ ମିଳିବ, ମାନେ ବର୍ଷକୁ ୪ ହଜାର ଟଙ୍କା ମିଳିବ ।ସେହିପରି ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ୧୨,୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଏହାବ୍ୟତୀତ ନୂତନ ଭାବେ ସାମିଲ ହେବା ଲାଗି ଚାଷୀମାନେ ନୂଆ ସିଏମ୍‌ କିଷାନ୍‌ ପୋର୍ଟାଲରେ ଆବେଦନ କରିପାରିବେ । ଅନ୍ୟପଟେ ଯୋଗ୍ୟତା ଥାଇ ବି ପିଏମ୍‌ କିଷାନ ଯୋଜନାରୁ ଯଦି କେଉଁ ଚାଷୀ ବାଦ୍‌ ପଡିଯାଇଛନ୍ତି । ତେବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି । 

ରାଜ୍ୟରେ ଖୁବଶୀଘ୍ର ସିଏମ୍ କିଷାନ୍ ଯୋଜନା, ଭୂମିହୀନଙ୍କୁ ମିଳିବ ୧୨ ହଜାର ୫୦୦ ଟଙ୍କା

ଭୁବନେଶ୍ୱର ୨୮।୦୮ : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍‌ କିଷାନ୍‌ ଯୋଜନା । ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି କଥା କହିଛନ୍ତି ।

ତେବେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଟଙ୍କା । ପ୍ରତି କିସ୍ତିରେ ଦୁଇ ହଜାର ଲେଖାଏ ମିଳିବ, ମାନେ ବର୍ଷକୁ ୪ ହଜାର ଟଙ୍କା ମିଳିବ ।ସେହିପରି ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ୧୨,୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଏହାବ୍ୟତୀତ ନୂତନ ଭାବେ ସାମିଲ ହେବା ଲାଗି ଚାଷୀମାନେ ନୂଆ ସିଏମ୍‌ କିଷାନ୍‌ ପୋର୍ଟାଲରେ ଆବେଦନ କରିପାରିବେ । 

ଅନ୍ୟପଟେ ଯୋଗ୍ୟତା ଥାଇ ବି ପିଏମ୍‌ କିଷାନ ଯୋଜନାରୁ ଯଦି କେଉଁ ଚାଷୀ ବାଦ୍‌ ପଡିଯାଇଛନ୍ତି । ତେବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।