ବାଇକ୍‌କୁ ଧକ୍କା ଦେଲା ବସ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ

ସମ୍ବଲପୁର ୧୫।୮: ବସ୍ ଧକ୍କାରେ ଦୁଇ ମୃତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ଓ ସିକ୍ରାପାଲି ମଝିରେ ଥିବା ମାର୍କେଟ ୟାର୍ଡ଼ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ସବିତା ନିଖଣ୍ଡିଆ ଓ ସରୋଜ ନାଏକ l ସରୋଜ ଏବଂ ସବିତା ଦୁହେଁ ବାଇକ୍ ଯୋଗେ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା l ଯାହାଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଧକ୍କା ଦେଇଥିବା ବସ୍‌ଟି ଫେରାର ହୋଇଯାଇଛି l ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି lYou Can Read:ଗଛମୂଳରେ ଚରୁଥିଲେ, ବଜ୍ରପାତରେ ଚାଲିଗଲା ୧୪ଗାଈଙ୍କ ଜୀବନ

ବାଇକ୍‌କୁ ଧକ୍କା ଦେଲା ବସ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ

ସମ୍ବଲପୁର ୧୫।୮: ବସ୍ ଧକ୍କାରେ ଦୁଇ ମୃତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ଓ ସିକ୍ରାପାଲି ମଝିରେ ଥିବା ମାର୍କେଟ ୟାର୍ଡ଼ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ସବିତା ନିଖଣ୍ଡିଆ ଓ ସରୋଜ ନାଏକ l 

ସରୋଜ ଏବଂ ସବିତା ଦୁହେଁ ବାଇକ୍ ଯୋଗେ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା l ଯାହାଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଧକ୍କା ଦେଇଥିବା ବସ୍‌ଟି ଫେରାର ହୋଇଯାଇଛି l ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l

You Can Read:

ଗଛମୂଳରେ ଚରୁଥିଲେ, ବଜ୍ରପାତରେ ଚାଲିଗଲା ୧୪ଗାଈଙ୍କ ଜୀବନ