ଜୁନିୟର ଏନଟିଆରଙ୍କ ନୂଆ ‘ଦେବରା‘ ଲୁକ୍, ଫ୍ୟାନ୍ସଙ୍କର ବଢିଲା ଉତ୍ସାହ

ମୁମ୍ଵାଇ ୨୮।୦୮: ଜୁନିୟର ଏନ୍‌ଟିଆର୍‌ଙ୍କ ଆକ୍ସନ୍‌ ଥ୍ରିଲର ଫିଲ୍ମ ‘ଦେବରା: ଭାଗ-୧’ର ନୂଆ ପୋଷ୍ଟର ଜାରି କରିଛନ୍ତି ନିର୍ମାତା । ଆସନ୍ତା ୨୭ ତାରିଖରେ ଫିଲ୍ମଟି ସିଲଭର୍‌ ସ୍କ୍ରିନ୍‌କୁ ଆସିବ । ଏନ୍‌ଟିଆର୍‌ଙ୍କ ଫ୍ୟାନ୍‌ ଫିଲ୍ମକୁ ଚାତକ ପରି ଚାହିଁ ରହିଛନ୍ତି । ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍‌ କରି ଉତ୍ସାହକୁ ଆହୁରି ବଢ଼ାଇ ଦେଇଛନ୍ତି । ପୋଷ୍ଟର୍‌ରେ ଏନ୍‌ଟିଆର୍‌ଙ୍କ ଦୁଇଟି ଲୁକ୍‌ ଦେଖିବାକୁ ମିଳିଛି । ଗୋଟିଏରେ ତାଙ୍କର ଟିକିଏ ଲମ୍ବା କେଶ ସହିତ ରହସ୍ୟମୟ ତଥା ନିର୍ଭୀକ ଅନ୍ଦାଜ୍‌ ରହିଛି । ଆଉ ଏକ ଲୁକ୍‌ରେ ତାଙ୍କ କେଶ ଟିକିଏ ଛୋଟ ଅଛି । ଏଥିରେ ବି ଭାବଭଙ୍ଗୀରୁ ତାଙ୍କର ବସ୍‌ ଷ୍ଟାଇଲ୍‌ ଜଣାପଡୁଛି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଫିଲ୍ମ ନିର୍ମାତା ପୋଷ୍ଟର୍‌ ସହିତ କ୍ୟାପ୍‌ସନ ଦେଇଛନ୍ତି ‘ଆଉ ଗୋଟିଏ ମାସରେ ଭୟର ଚେହେରା, ତାଙ୍କ ଆଗମନ ବଡ଼ ପରଦା ଜରିଆରେ ସାରା ବିଶ୍ୱରେ ଏକ ଅବିସ୍ମରଣୀୟ ହଇଚଇ ସୃଷ୍ଟି କରିବ । ଆସନ୍ତୁ, ତାଙ୍କର ଚମତ୍କାର ପାଗଳାମିକୁ ଆସନ୍ତା ସେପ୍ଟେମ୍ବର ୨୭ରେ ଥିଏଟରରେ ମଜା ନେବା ।ଏନ୍‌ଟିଆର୍‌ଙ୍କ ଦୁଇ ପ୍ରକାର ଛବି ଫ୍ୟାନ୍‌ଙ୍କ ଦ୍ୱନ୍ଦ୍ୱ ବଢ଼ାଇଛି । ଫିଲ୍ମରେ ତାଙ୍କର ଡବଲ୍‌ ରୋଲ୍‌ ରହିଥିବା ଅନେକ ଅନୁମାନ କରୁଛନ୍ତି । କୋରାଟାଲା ଶିବଙ୍କ ନିର୍ଦ୍ଦେଶିତ ‘ଦେବରା’ ଜରିଆରେ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ଜାହ୍ନବୀ କପୁର ଓ ସୈ

ଜୁନିୟର ଏନଟିଆରଙ୍କ ନୂଆ ‘ଦେବରା‘ ଲୁକ୍, ଫ୍ୟାନ୍ସଙ୍କର ବଢିଲା ଉତ୍ସାହ

ମୁମ୍ଵାଇ ୨୮।୦୮: ଜୁନିୟର ଏନ୍‌ଟିଆର୍‌ଙ୍କ ଆକ୍ସନ୍‌ ଥ୍ରିଲର ଫିଲ୍ମ ‘ଦେବରା: ଭାଗ-୧’ର ନୂଆ ପୋଷ୍ଟର ଜାରି କରିଛନ୍ତି ନିର୍ମାତା । ଆସନ୍ତା ୨୭ ତାରିଖରେ ଫିଲ୍ମଟି ସିଲଭର୍‌ ସ୍କ୍ରିନ୍‌କୁ ଆସିବ । ଏନ୍‌ଟିଆର୍‌ଙ୍କ ଫ୍ୟାନ୍‌ ଫିଲ୍ମକୁ ଚାତକ ପରି ଚାହିଁ ରହିଛନ୍ତି । ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍‌ କରି ଉତ୍ସାହକୁ ଆହୁରି ବଢ଼ାଇ ଦେଇଛନ୍ତି । 

ପୋଷ୍ଟର୍‌ରେ ଏନ୍‌ଟିଆର୍‌ଙ୍କ ଦୁଇଟି ଲୁକ୍‌ ଦେଖିବାକୁ ମିଳିଛି । ଗୋଟିଏରେ ତାଙ୍କର ଟିକିଏ ଲମ୍ବା କେଶ ସହିତ ରହସ୍ୟମୟ ତଥା ନିର୍ଭୀକ ଅନ୍ଦାଜ୍‌ ରହିଛି । ଆଉ ଏକ ଲୁକ୍‌ରେ ତାଙ୍କ କେଶ ଟିକିଏ ଛୋଟ ଅଛି । ଏଥିରେ ବି ଭାବଭଙ୍ଗୀରୁ ତାଙ୍କର ବସ୍‌ ଷ୍ଟାଇଲ୍‌ ଜଣାପଡୁଛି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଫିଲ୍ମ ନିର୍ମାତା ପୋଷ୍ଟର୍‌ ସହିତ କ୍ୟାପ୍‌ସନ ଦେଇଛନ୍ତି ‘ଆଉ ଗୋଟିଏ ମାସରେ ଭୟର ଚେହେରା, ତାଙ୍କ ଆଗମନ ବଡ଼ ପରଦା ଜରିଆରେ ସାରା ବିଶ୍ୱରେ ଏକ ଅବିସ୍ମରଣୀୟ ହଇଚଇ ସୃଷ୍ଟି କରିବ । ଆସନ୍ତୁ, ତାଙ୍କର ଚମତ୍କାର ପାଗଳାମିକୁ ଆସନ୍ତା ସେପ୍ଟେମ୍ବର ୨୭ରେ ଥିଏଟରରେ ମଜା ନେବା ।

ଏନ୍‌ଟିଆର୍‌ଙ୍କ ଦୁଇ ପ୍ରକାର ଛବି ଫ୍ୟାନ୍‌ଙ୍କ ଦ୍ୱନ୍ଦ୍ୱ ବଢ଼ାଇଛି । ଫିଲ୍ମରେ ତାଙ୍କର ଡବଲ୍‌ ରୋଲ୍‌ ରହିଥିବା ଅନେକ ଅନୁମାନ କରୁଛନ୍ତି । କୋରାଟାଲା ଶିବଙ୍କ ନିର୍ଦ୍ଦେଶିତ ‘ଦେବରା’ ଜରିଆରେ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ଜାହ୍ନବୀ କପୁର ଓ ସୈଫ ଅଲି ଖାନ୍‌ । ଚୋରା କାରବାରର ନୂଆ ପେଣ୍ଠସ୍ଥଳୀ ପାଲଟିଥିବା ତଟୀୟ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଉପରେ ଫିଲ୍ମଟି ପର୍ଯ୍ୟବସିତ । ଫିଲ୍ମଟି ଦୁଇଟି ଭାଗରେ ବିଭକ୍ତ ହେବ । ପ୍ରଥମ ଭାଗ ସମଗ୍ର ଦେଶରେ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ ।