ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ

ବେଜିଂ,୨।୨: ଚାଇନାରେ ଏକ ଦମ୍ପତିଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଦମ୍ପତି ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋ ଗ ହୋଇଛି । କହିରଖୁଛୁ କି, ଦମ୍ପତି ସେମାନଙ୍କର ଦୁଇ ସନ୍ତାନଙ୍କୁ ୧୫ ମହଲାରୁ ଫୋପାଡି ଦେଇଛନ୍ତି । ଏଥିରେ ଉଭୟ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦମ୍ପତିଙ୍କୁ ଏହି ଘଟଣା ବିଷୟରେ ଯେତେବେଳେ ପଚରାଯାଇଥିଲା ସେ ଏହାକୁ ଦୁର୍ଘଟଣା ବୋଲି କହିଛନ୍ତି। କିନ୍ତୁ ପ୍ରମାଣ ମିଳିବା ପରେ କୋର୍ଟ ତାଙ୍କୁ ମୃତ୍ୟୁ […] The post ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ appeared first on Dharitri Odia News.

ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ

ବେଜିଂ,୨।୨: ଚାଇନାରେ ଏକ ଦମ୍ପତିଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଦମ୍ପତି ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋ ଗ ହୋଇଛି । କହିରଖୁଛୁ କି, ଦମ୍ପତି ସେମାନଙ୍କର ଦୁଇ ସନ୍ତାନଙ୍କୁ ୧୫ ମହଲାରୁ ଫୋପାଡି ଦେଇଛନ୍ତି । ଏଥିରେ ଉଭୟ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦମ୍ପତିଙ୍କୁ ଏହି ଘଟଣା ବିଷୟରେ ଯେତେବେଳେ ପଚରାଯାଇଥିଲା ସେ ଏହାକୁ
ଦୁର୍ଘଟଣା ବୋଲି କହିଛନ୍ତି। କିନ୍ତୁ ପ୍ରମାଣ ମିଳିବା ପରେ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ,୨୦୨୦ ନଭେମ୍ବର ୨ରେ ଓ୍ବାଙ୍ଗ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ୟେ ଚେଙ୍ଗଚେନ ଏହି ଲୋମହର୍ଷଣକାରୀ ଘଟଣା ଘଟାଇଥିଲେ । ସେ ତାଙ୍କର ଦୁଇ ବର୍ଷର ଝିଅ ଜାଙ୍ଗ ରୁଇଶୁ ଏବଂ ବର୍ଷକର ପୁଅ ଜାଙ୍ଗ ୟାଙ୍ଗ୍ରୁଇଙ୍କୁ ୧୫ମହଲାରୁ ଫିଙ୍ଗି ଦେଇଥିଲେ।
ଘଟଣା ଜଣା ପଡିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଦମ୍ପତିଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ସ୍ଥାନୀୟ ଲୋକ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ଚେଙ୍ଗଚେନଙ୍କ ପ୍ରଥମ ସ୍ବାମୀ ଜାଙ୍ଗ ବୋଙ୍କୁ ସହ ଛାଡପତ୍ର ପରେ ସେ ୱାଙ୍ଗ ବୋଙ୍କ ସହ ରହୁଥିଲେଥି । ଚେଙ୍ଗଚେନ ଜାଙ୍ଗ ବୋଙ୍କ ପିଲାଙ୍କ ସହିତ ରହିବାକୁ ଚାହୁଁ ନ ଥିଲେ। ତେଣୁ ସେ ତାଙ୍କର ଦୁଇ ସନ୍ତାନଙ୍କୁ ହତ୍ୟା କରିଥିଲେ। ଏହି ଚୋଙ୍ଗକିଙ୍ଗ ସରକାରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ୱାଙ୍ଗ ଏବଂ ଚେଙ୍ଗଚେନ ସୋସିଆଲ ମିଡିଆରୁ ସମ୍ପର୍କ ଗଢି ଉଠିଥିଲା । ୱାଙ୍ଗ ବୋ ମଧ୍ୟ ବିବାହିତ ଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ଚେନ ମେଲିନ ଥିଲା । ଏହା ସତ୍ତ୍ୱେ ସେ ଚେଙ୍ଗସେନଙ୍କ ସହ ସମ୍ପର୍କରେ ଥିଲେ। ତେବେ ପରେ ସେ ମେଲିନଙ୍କୁ ଛାଡପତ୍ର ଦେଇଥିଲେ।

The post ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ appeared first on Dharitri Odia News.